ବିପଦରେ ଗୋ-ମାତା, ସୁରକ୍ଷା ଦାବି କଲା ବିଶ୍ୱହିନ୍ଦୁ ପରିଷଦ

ପାରାଦ୍ୱୀପ : ଗୋମାତା ପ୍ରତି ବିପଦ ଓ ରୋହିଙ୍ଗା ସମ୍ପ୍ରଦାୟ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଶ୍ୱହିନ୍ଦୁ ପରିଷଦ । ଏ ନେଇ ପାରାଦୀପରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ବିକ୍ଷୋଭ ଓ ଶୋଭାଯାତ୍ରା ପ୍ରଦର୍ଶନ କରାଯାଇଛି । ବଡ଼ପଡ଼ିଆ ଥାନା ଛକ ଠାରୁ ଶତାଧିକ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ସଦସ୍ୟମାନେ ସାମିଲ ହୋଇ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ବିକ୍ଷୋଭ ଓ ନାରାବାଜି କରିବା ସହିତ ଗୋମାତା ସୁରକ୍ଷା ଓ ବାଂଲାଦେଶୀ ଅନୁପ୍ରବେଶକାରୀ ରୋହିଙ୍ଗା ସମ୍ପ୍ରଦାୟଙ୍କୁ ହଟାଇବା ନେଇ ନାରାବାଜି କରିଥିଲେ । ଧୀରେ ଧୀରେ ପାରାଦୀପ କାହିଁକି ଉପକୂଳ ଅଞ୍ଚଳରେ ବାଂଲାଦେଶୀ ରୋହିଙ୍ଗା ମୁସଲମାନ ପଶି ଆସି ବିଭିନ୍ନ ବ୍ୟବସାୟ ନାମରେ ହିନ୍ଦୁ ମାନଙ୍କୁ ପ୍ରଲୋଭନ ଦେଖାଇ ଧର୍ମାନ୍ତରୀକରଣ କରାଇବା, ବିଭିନ୍ନ ଅପରାଧିକ କାର୍ଯ୍ୟ କଳାପ ରେ ସାମିଲ ହେବା ଏବଂ ଧୀରେ ଧୀରେ ସ୍ଥାୟୀ ବାସିନ୍ଦା ଭାବରେ ବିଭିନ୍ନ ବଡ଼ ବଡ଼ ଅପରାଧରେ ଲିପ୍ତ ରହୁଥିବା ଦେଖିବାକୁ ମିକିଛି । ଏପରିକି ଏହି ରୋହିଙ୍ଗା ସମ୍ପ୍ରଦାୟର ଲୋକମାନେ ଅବୈଧ ଗୋମାତା ଚାଲାଣ କରୁଛନ୍ତି । ଯାହାକୁ ନେଇ ଗୋମାତା ବିପଦରେ ପଡିଛନ୍ତି । ଏହା ସହିତ ଅନେକ ସମୟରେ ରାଜରାସ୍ତାରେ ଗୋ-ମାତା ବୁଲୁଥିବା ସମୟରେ ନିର୍ଦୟୀ ବିଭିନ୍ନ ଯାନବାହାନ ଚାଳକମାନେ ଗୋମାତା ସହିତ ଦୁର୍ଘଟଣା ଘଟାଇ କ୍ଷତ ବିକ୍ଷତ ଅବସ୍ଥାରେ ଛାଡି ଚାଲି ଯାଉଥିବାର ନଜିର ରହିଛି । ଯାହା ଫଳରେ ଦୁର୍ଘଟଣାର ଶିକାର ହୋଇଥିବା ଗୋମାତା ରାସ୍ତାକଡ଼ରେ ପଡି ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି । ଏ ନେଇ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ରାଜରାସ୍ତା ରେ ଦୁର୍ଘଟଣା ଗ୍ରସ୍ତ ହେଉଥିବା ଗୋମାତାଙ୍କୁ ଅନ୍ତତଃ ଚିକିତ୍ସା ନିମନ୍ତେ ନିକଟରେ ରହିଥିବା ପଶୁ ଚିକିତ୍ସାଳୟ ପର୍ଯ୍ୟନ୍ତ ନେବା ପାଇଁ ଆମ୍ବୁଲାନ୍ସ ସେବା ପ୍ରଦାନ କରିବା ଏବଂ ଚିକିତ୍ସା ପରେ ସୁସ୍ଥ ହେବା ପର୍ଯ୍ୟନ୍ତ ଗୋଶାଳାରେ ରଖିବା ବ୍ୟବସ୍ଥା କରିବାକୁ ଦାବି କରାଯାଇଛି । ଏଥିସହିତ ଅବାଧରେ ବାଂଲାଦେଶୀ ଅନୁପ୍ରବେଶକାରୀ ରୋହିଙ୍ଗା ସମ୍ପ୍ରଦାୟ ଅନୁପ୍ରବେଶକୁ ରୋକାଯିବା ନେଇ ପ୍ରଶାସନ ତରଫରୁ କଡା ଆଭିମୁଖ୍ୟ ଗ୍ରହଣ କରାଯିବା ନେଇ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *