Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋରୁ ବୋଝେଇ ଅଟୋ ଜବତ, ୬ ଗୋରୁ ଉଦ୍ଧାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋରୁ ବୋଝେଇ ଅଟୋ ଜବତ, ୬ ଗୋରୁ ଉଦ୍ଧାର

ମହାକାଳପଡା- ମହାକାଳପଡା ବ୍ଳକ ଗଗୁଆ ପଂଚାୟତର ସୁରଛକ ନିକଟରେ ଏକ ଗୋରୁ ବୋଝେଇ ଅଟୋକୁ ତନ୍ତିଆପାଳ ପୋଲିସ ଜବତ କରିବା ସହ ୬ ଗୋରୁ ଉଦ୍ଧାର କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ବାବର- ଜମ୍ବୁ ପୂର୍ତ୍ତବିଭାଗ ରାସ୍ତାର ସୁରଛକ ଠାରେ ଏକ ଡାଲା ଅଟୋ ନଂ ଓଡି ୨୯ ବି ୪୭୩୨ ରେ ୫ଟି ଷଣ୍ଡ ଓ ଗୋଟିଏ ଗାଈ ବୋଝେଇ କରି ଯାଉଥିବା ବେଳେ ସ୍ଥାନୀୟ ଲୋକେ ଓ ଧର୍ମରକ୍ଷା ସେନା ପକ୍ଷରୁ ସ୍ଥାନୀୟ ତନ୍ତିଆପାଳ ଥାନାକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଉକ୍ତ ଅଟୋଟିକୁ ଜବିତ କରି ଥାନାକୁ ନେଇଥିଲେ । ତେବେ ପୋଲିସ ପକ୍ଷରୁ ଉକ୍ତ ଗୋରୁଗୁଡିକୁ ସଂପୃକ୍ତ ଗୋରୁମାନଙ୍କର ମାଲିକ ଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଅଟୋକୁ ଜବତ କରାଇଥିବା ଜଣାପଡିଛି ା

Leave a Reply