ମହିମା ମେଳା ଅହୋରାତ୍ର ବ୍ରହ୍ମଧ୍ୱନି ସ୍ଥାପନ କାର୍ଯ୍ୟକ୍ରମ

ନିଶ୍ଚିନ୍ତକୋଇଲି : ମାହାଙ୍ଗା ନିର୍ବାଚନ ମଣ୍ଡଳୀ ପୋଡାମରାଇ ଠାରେ ରବିବାର ପ୍ରାତଃ ସମୟରୁ ମହିମା ଅଲେଖ ପରଂବ୍ରହ୍ମ ପାଦେ ଶରଣମ୍ ଅଖଣ୍ଡବତୀ ମହିମା ମେଳା ଅହୋରାତ୍ର ବ୍ରହ୍ମଧ୍ୱନି ସ୍ଥାପନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସମଗ୍ର ବିଶ୍ୱ, ସମାଜର ମଙ୍ଗଳ ପାଇଁ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମହିମା ଅଲେଖ ଧର୍ମରେ ଦୀକ୍ଷିତ ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନଙ୍କ ବହୁ ଦିନର ଆକାଂକ୍ଷା ରହିଥିଲା କି ନିଜ ବାସଭବନରେ ବିଶ୍ୱର ମଙ୍ଗଳ ପାଇଁ ମହିମା ମେଳା କରିବା ପାଇଁ ତାହା ଆଜି ସଫଳ ହୋଇଥିବାରୁ ଶ୍ରୀ ପ୍ରଧାନ ୪ ଦିଗରୁ ଆସିଥିବା ମହିମା ଧର୍ମାବଲମ୍ବୀ ବାବା ମାନଙ୍କୁ ଶତକୋଟି ପ୍ରଣାମ ଜଣାଇବା ସହିତ ପୁର୍ନବାର ମାହାଙ୍ଗା ଅଞ୍ଚଳ ସମେତ ସମଗ୍ର ପୃଥିବୀର ମଙ୍ଗଳ କାମନା କରିଥିଲେ । ସତ୍ୟ ମହିମା ଧର୍ମ ବିଶୁଦ୍ଧ ଅଦୌତ ବ୍ରହ୍ମବାଦ, ବ୍ରହ୍ମଜ୍ଞାନ, ଭକ୍ତିଯୋଗ, ନିଷ୍କାମ ଆତ୍ମିକତତ୍ୱା ମାନବ ଜୀବନର ଏକମାତ୍ର ଶ୍ରେୟ ମାର୍ଗ, ଗୁରୁ ମହିମା ସ୍ୱାମୀ ସ୍ୱୟଂ ବ୍ରହ୍ମ ପୁରୁଷ ଧରାଧାମରେ କଳିର ପ୍ରାବଲ୍ୟ ଅପସାରଣ କରିବା ନିମିତ୍ତ ମହାଶୂନ୍ୟ ମଣ୍ଡଳରୁ ଅବତୀର୍ଣ୍ଣ ହୋଇଥିଲା, ଉକôଳ ଭୂମିର ନିଜସ୍ୱ ଧର୍ମ, ଗର୍ବ ଏବଂ ଗୌରବ ମହିମାଧର୍ମ, ଯେଉଁ ଧର୍ମକୁ ସମାୟନୁକ୍ରମେ ପରାପର ସନ୍ୟାସୀବୃନ୍ଦ ଚାରି ଦିଗରେ ଧର୍ମର ପ୍ରଚାର କରି ଆସୁଛନ୍ତି ବୋଲି ମହିମା ଧର୍ମୀ ବାବା ମାନେ ମତପ୍ରକାଶ କରିଥିଲେ । ଏପରିକି ଗ୍ରାମକେ ରାତିଏ, ଘରକେ ମୁଠିଏ ଭିକ୍ଷା ଅ୍ୱଲମ୍ବନ ପୂର୍ବକ ତ୍ୟାଗ ତପସ୍ୟା ମାର୍ଗରେ ଜୀବନକୁ ଉତ୍ସର୍ଗ କରି ମହି ପର୍ଯ୍ୟଟନ କରି ଜଗତ ଓ ଭଗତଙ୍କ ମଙ୍ଗଳ ସାଧନା କରିଆସିଛନ୍ତି ମହିମା ଧର୍ମୀ ବାବାବୃନ୍ଦ । ମାହାଙ୍ଗା ବ୍ଲକ ପୋଡାମରାଇ ଠାରେ ବିଜେପି ନେତା ଶାରଦା ପ୍ରଧାନଙ୍କ ପ୍ରତ୍ୟକ୍ଷ ଉଦ୍ୟମ ଏବଂ ଚାରି ଦିଗରୁ ଆସିଥିବା ମହିମା ବାବାଙ୍କ ଦ୍ୱାରା ଏହି ମେଳା କାର୍ଯ୍ୟକ୍ରମ ସଫଳ ହୋଇପାରିଥିଲା । ମାହାଙ୍ଗା ନିର୍ବାଚନ ମଣ୍ଡଳୀରୁ ବହୁ ଜନସାଧାରଣ ଯୋଗଦାନ କରି ମହିମା ଅଲେଖ ଧର୍ମୀ ବାବାଙ୍କ କୃପା ଲାଭ କରିବା ସହ ସମାଜର ମଙ୍ଗଳ ପାଇଁ କାମନା କରିଥିଲେ । ଚାରି ଦିଗରୁ ଆସିଥିବା ମହିମା ଅଲେଖ ବାବା ମାନେ ଏହି କାର୍ଯ୍ୟକ୍ରମ ପାଇଁ ଶାରଦା ପ୍ରଧାନ ଙ୍କୁ ଆଶୀର୍ବାଦ କରିବା ସହ ଶ୍ରୀ ପ୍ରଧାନଙ୍କ ସମସ୍ତ କାର୍ଯ୍ୟରେ ଜୟ ହେଉ, ସମାଜର ମଙ୍ଗଳ ପାଇଁ ସଦାସର୍ବଦା ଜନହିତକର କାର୍ଯ୍ୟ କରୁଥାନ୍ତୁ ବୋଲି ଆଶୀର୍ବାଦ କରିଥିଲେ ।

Leave a Reply

Your email address will not be published. Required fields are marked *