ସରସ୍ୱତୀ ଶିଶୁ ମନ୍ଦିର ଜିଲା ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକ

ପାଣିକୋଇଲି : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମୁଳାପାଳରେ ଜିଲା ସଂପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକ ବୃନ୍ଦାବନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଭାରତୀ, ଶିକ୍ଷା ବିକାଶ ସମିତି, ଓଡ଼ିଶା, ଉତ୍ତର-ପୂର୍ବ ସମ୍ଭାଗ, ଯାଜପୁର ସଂପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକରେ ଅତିଥି ଭାବେ ଲିଙ୍ଗେଶ୍ୱର ଉନ୍ନୟନ କମିଟିର ସଭାପତି ଦୈତାରୀ ଧଳ, ଶିକ୍ଷା ବିକାଶ ସମିତି ସଭାପତି ଡକ୍ଟର କିଶୋର ଚନ୍ଦ୍ର ମହାନ୍ତି, ପୂର୍ବକ୍ଷେତ୍ର ସଂଗଠନ ମନ୍ତ୍ରୀ ଦିବାକର ଘୋଷ, ଜିଲା ପ୍ରମୁଖ ଅଶୋକ କୁମାର ସାହୁ, ଅଶୋକ କୁମାର ପଣ୍ଡା, ବିଦ୍ୟାଭାରତୀର ପ୍ରଶିକ୍ଷଣ ସଂଯୋଜକ ତୁଷାର ରଞ୍ଜନ ଦାଶ, ଉତ୍ତର-ପୂର୍ବ ସମ୍ଭାଗ ସଂଯୋଜକ ଜିତୁରାମ ମହାନ୍ତ, ଜିଲାସହ ପ୍ରମୁଖ ଅକ୍ଷୟ କୁମାର ପଣ୍ଡା, ବ୍ୟାସନଗର ସଙ୍କୁଳର ସଙ୍କୁଳ ପ୍ରମୁଖ ଅଶୋକ କୁମାର ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ । ଯାଜପୁର ନଗର ସଂକୁଳ ପ୍ରମୁଖ ଭାଗିରଥୀ ମହଲା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସ୍ଥାନୀୟ ବିଦ୍ୟାଳୟର ସଂପାଦକ ଦିଲ୍ଲୀପ କୁମାର ଧଳ, ବିଦ୍ୟାଳୟ ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା, ଲିଙ୍ଗେଶ୍ୱର ଉନ୍ନୟନ କମିଟିର କାର୍ଯ୍ୟକର୍ତ୍ତା, ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର କୁମାର ତ୍ରିପାଠୀ ଏବଂ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ । ବକ୍ତା ଦିବାକର ଘୋଷ ଭାରତୀୟ ସଂସ୍କୃତି, ହିନ୍ଦୁ ପରମ୍ପରା ଓ ଶିଶୁ ମନ୍ଦିରର ଶିକ୍ଷା ବ୍ୟବସ୍ଥା ଉପରେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମର ଅନ୍ତିମ ଭାଗରେ ବିଦ୍ୟାଭାରତୀ ଶିକ୍ଷାବିକାଶ ସମିତିର ପ୍ରାଦେଶିକ ଭାରତୀ କୃଷ୍ଣ ଚଳିତ ଶିକ୍ଷାବର୍ଷ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା

Leave a Reply

Your email address will not be published. Required fields are marked *