‘ଦ କେରଳ ଷ୍ଟୋରୀ’ ନେଇ ମମତାଙ୍କୁ ସୁପ୍ରିକୋର୍ଟଙ୍କ ପ୍ରଶ୍ନ-ଯଦି ଅନ୍ୟ ରାଜ୍ୟରେ ଚାଲୁଛି, ପଶ୍ଚିମବଙ୍ଗରେ ନିଷିଦ୍ଧ କାହିଁକି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିବାଦୀୟ ଚଳଚ୍ଚିତ୍ର ଦି କେରଳ ଷ୍ଟୋରୀ ନିଷିଦ୍ଧ ହେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ଯଦି ଅନ୍ୟ ରାଜ୍ୟରେ ଶାନ୍ତିରେ ଏହି ଚଳଚ୍ଚିତ୍ର ·ଲୁଛି ତେବେ ପଶ୍ଚିମବଙ୍ଗରେ ନିଷିଦ୍ଧ କାହିଁକି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ପଶ୍ଚିମବଙ୍ଗରେ “ଦି କେରଳ ଷ୍ଟୋରୀ’ ଉପରେ କଟକଣା ଲଗାଯିବା ଏବଂ ତାମିଲନାଡୁରେ ଅଘୋଷିତ କଟକଣା ବିରୋଧରେ ଚଳଚ୍ଚିତ୍ର ନିର୍ମାତା ବିପୁଲ ଶାହ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି । ପ୍ରଧାନ ବି·ରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ପିଏସ୍ ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । “ଦି କେରଳ ଷ୍ଟୋରୀ’ର ପ୍ରଯୋଜକମାନେ ପଶ୍ଚିମବଙ୍ଗରେ ଫିଲ୍ମ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବା ପାଇଁ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି । ଶୁଣାଣି ବେଳେ ପ୍ରଧାନ ବି·ରପତି ଜେୱାଇ ଚନ୍ଦ୍ରଚୂଡ଼ କହିଥିଲେ ଯେ, ଏହି ଫିଲ୍ମ ଦେଶର ବିଭିନ୍ନ ସ୍ଥାନରେ ·ଲିଛି । ପଶ୍ଚିମବଙ୍ଗ ମଧ୍ୟ ଦେଶର ଏକ ଅଂଶ, ଆପଣ କାହିଁକି ଫିଲ୍ମକୁ ଅଟକାଉଛନ୍ତି? ଯଦି ଫିଲ୍ମ ଅନ୍ୟ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ·ଲିପାରିବ ତେବେ ପଶ୍ଚିମବଙ୍ଗରେ କାହିଁକି ନୁହେଁ ବୋଲି ପ୍ରଧାନ ବି·ରପତି କହିଛନ୍ତି । ଭୌଗୋଳିକ ସ୍ଥିତି ସମାନ ଥିବା ଅନ୍ୟ ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ·ଲିଥିବା ବେଳେ ପଶ୍ଚିମବଙ୍ଗ ସରକାର କାହିଁକି ·ହୁଁନାହାନ୍ତି ଯେ ଫିଲ୍ମ ·ଲିବ? ଯଦି ଲୋକମାନେ ଏହାକୁ ଦେଖିବାକୁ ·ହୁଁନାହାଁନ୍ତି, ତେବେ ଏହା ସେମାନଙ୍କ ଉପରେ ନିର୍ଭର କରେ, କିନ୍ତୁ ପଶ୍ଚିମବଙ୍ଗ ସରକାର କାହିଁକି ଏହାକୁ ନିଷିଦ୍ଧ କରିଛନ୍ତି? ଆସନ୍ତା ବୁଧବାରଦିନ ମାମଲାର ପରବ ର୍ୀ ଶୁଣାଣି ହେବ

Leave a Reply

Your email address will not be published. Required fields are marked *