ଜ୍ଞାନବାପୀ ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି-ଶିବଲିଙ୍ଗର ହେବ କାର୍ବନ ଡେଟିଂ

ପ୍ରୟାଗରାଜ: ବହୁ ଚର୍ଚ୍ଚିତ ବାରଣାସୀ ଜ୍ଞାନବାପୀ ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଭାରତୀୟ ପ୍ରନôତତ୍ତ୍ୱ ବିଭାଗ (ଏଏସଆଇ)କୁ ମସଜିଦ ପରିସରରେ ମିଳିଥିବା ଶିବଲିଙ୍ଗର କାର୍ବନ ଡେଟିଂ କରିବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ଅବଶ୍ୟ, ଯାଞ୍ଚ ସମୟରେ ଯେପରି ଢାଞ୍ଚାକୁ କୌଣସି କ୍ଷତି ନପହଞ୍ଚେ ସେଥିପ୍ରତି ଧ୍ୟାନ ଦେବାକୁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଆହ୍ଲାବାଦ ହାଇକୋର୍ଟ ଜ୍ଞାନବାପୀ ପରିସରରେ ସର୍ଭେ ସମୟରେ ମିଳିଥିବା ଶିବଲିଙ୍ଗର କାର୍ବନ ଡେଟିଂ ଯାଞ୍ଚ ଏବଂ ସାଇଣ୍ଟିଫିକ ସର୍ଭେର ଦାବିକୁ ନେଇ ଦାଖଲ ଆବେଦନକୁ ସ୍ୱୀକାର କରିନେଇଛନ୍ତି ଏବଂ ଏଏସଆଇକୁ ଶିବଲିଙ୍ଗକୁ ବିନା କ୍ଷତି ପହଞ୍ଚାଇ କାର୍ବନ ଡେଟିଂ ଯାଞ୍ଚ କରିବାକୁ ଆଦେଶ ଦେଇଛନ୍ତି । ସୂଚନାଥାଉକି ଗତବର୍ଷ ବାରଣାସୀ କୋର୍ଟ ସୁପ୍ରିମକୋର୍ଟଙ୍କ ଯଥାସ୍ଥିତି କାଏମ ରଖିବାର ଆଦେଶକୁ ଉଲ୍ଲେଖ କରି କାର୍ବନ ଡେଟିଂ ଆଦେଶ ଦେବାକୁ ମନା କରିଦେଇଥିଲେ । ଏହାକୁ ହିନ୍ଦୁ ପକ୍ଷ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ହାଇକୋର୍ଟ ବାରଣାସୀ କୋର୍ଟଙ୍କ ଆଦେଶକୁ ରଦ୍ଦ କରିଦେଇଛନ୍ତି । ହାଇକୋର୍ଟର ବିଚାରପତି ଅରବିନ୍ଦ କୁମାର ମିଶ୍ର ଏହି ଆଦେଶ ଲକ୍ଷ୍ମୀ ଦେବୀ ଏବଂ ଅନ୍ୟଙ୍କ ଆବେଦନ ଉପରେ ଦେଇଛନ୍ତି । ସୂଚନାଥାଉକି, ଜ୍ଞାନବାପୀ ପରିସରରେ କମିଶନ କାର୍ଯ୍ୟବାହୀ କରାଯାଇଥିଲା । ଏହି ସମୟରେ ୧୬ ମଇ ୨୦୨୨ରେ ମସଜିଦ୍ ପରିସରରେ ଥିବା ଏକ ପରିତ୍ୟକ୍ତ କୂଅରୁ ଏହି ଶିବଲିଙ୍ଗ ଠାବ କରାଯାଇଥିଲା । ଯାହାର କାର୍ବନ ଡେଟିଂ ତଥା ସାଇଣ୍ଟିଫିକ୍ ଯାଞ୍ଚ ଏଏସଆଇ ଦ୍ୱାରା କରାଇବାକୁ ବାରଣାସୀ ଜିଲ୍ଲା କୋର୍ଟରେ ଆବେଦନ କରାଯାଇଥିଲା । ଅବଶ୍ୟ ଜିଲ୍ଲା କୋର୍ଟ ଏହା କହି ଯାଚିକା ଖାରଜ କରିଦେଇଥିଲେ ଯେ ସୁପ୍ରିମକୋର୍ଟ ଯାଥାସ୍ଥିତି କାଏମ ରଖିବାକୁ ଆଦେଶ ଦେଇଛନ୍ତି । ମାମଲା ସୁପ୍ରମିକୋର୍ଟରେ ବିଚାରଧିନ ରହିଛି, ତେଣୁ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ । ଏପରି ସ୍ଥିତିରେ ସିଭିଲ କୋର୍ଟଙ୍କୁ ଆଦେଶ ପାରିତ କରିବାର ଅଧିକାର ନାହିଁ ବୋଲି କୋର୍ଟ କହିଥିଲେ । ଏହାପରେ ହିନ୍ଦୁ ପକ୍ଷ ବାରଣାସୀ କୋର୍ଟଙ୍କ ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ତେବେ କାର୍ବନ ଡେଟିଂ କଣ ଏବଂ ଏହା କେମିତି କାମ କରେ ବୋଲି ଆପଣଙ୍କ ମନରେ ପ୍ରଶ୍ନ ନିଶ୍ଚୟ ଉଠୁଥିବ । କାର୍ବନ ଡେଟିଂ ହେଉଠି କୌଣସି ଏକ ପ୍ରାକୃତିକ ଜିନିଷର ବୟସ ଠାବ କରିବାର ଏକ ପ୍ରକ୍ରିୟା । କାର୍ବନ ଆଟମ (ସି୧୪) ସହ ମିଳିଥିବା ଜନିଷର ତୁଳନା କଲେ ଏହା କେତେ ବର୍ଷ ପୂରୁଣା ଡଣାପଡ଼ିଥାଏ । କାର୍ବନ ଡେଟିଂର ବୈଜ୍ଞାନିକ ପଦ୍ଧତିରେ ପ୍ରନôତାତ୍ତ୍ୱିକ ଜିନିଷର ବୟସ ନିର୍ଦ୍ଧାରଣ କରାଯାଇଥାଏ । ଏହି ପଦ୍ଧତିରେ ପ୍ରନôତତ୍ତ୍ୱବିତମାନେ ସହଜରେ ୫୦୦ ଖ୍ରୀଷ୍ଟପୂର୍ବ ପରେ ତିଆରି ହୋଇଥିବା ଯେକୌଣସି ଦ୍ରବ୍ୟର ବୟସ ଜାଣିପାରିବେ ।

Leave a Reply

Your email address will not be published. Required fields are marked *