Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଷ୍ଟ୍ରେଲିଆ ସ୍ୱାମୀ ନାରାୟଣ ମନ୍ଦିରରେ ଖାଲିସ୍ତାନ ସମର୍ଥକଙ୍କ ଭଙ୍ଗାରୁଜା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଷ୍ଟ୍ରେଲିଆ ସ୍ୱାମୀ ନାରାୟଣ ମନ୍ଦିରରେ ଖାଲିସ୍ତାନ ସମର୍ଥକଙ୍କ ଭଙ୍ଗାରୁଜା

ସିଡନୀ : ପଶ୍ଚିମ ସିଡନୀ ରାଜହିଲ ସ୍”ାମୀନାରାୟଣ ମନ୍ଦିରରେ ଖାଲିସ୍ତାନ ସମର୍ଥକ ଭଙ୍ଗାରୁଜା କରିଛନ୍ତି । ମନ୍ଦିରରେ ଭଙ୍ଗାରୁଜା ହାଇଥିବା ନେଇ ଶୁକ୍ରବାର ସକାଳେ ପ୍ରବନ୍ଧନ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ । ସକାଳେ ପୁଜା ପାଇଁ ପୁଜାରୀ ମନ୍ଦିରକୁ ଆସିବା ବେଳକୁ ସାମ୍ନା କାନ୍ଥ ଭଙ୍ଗାରୁଜା ହାଇଥିବା ଓ ଫାଟକରେ ଖାଲିସ୍ତାନ ପତାକା ଟଙ୍ଗା ହାଇଥିବା ଦେଖିବାକୁ ପାଇଥିଲେ । ଅଷ୍ଟ୍ରେଲିଆରେ ଗତ ୨ ମାସ ଧରି ଖାଲିସ୍ତାନୀ ଗତି ବିଦ୍ଧି ଶାନ୍ତ ରହିବା ପରେ ଏହି ଘଟଣା ଘଟିଛି । ଶୁକ୍ରବାର ସକାଳେ ମନ୍ଦିରକୁ ପ୍ରାର୍ଥନା କରିବାକୁ ଆସିଥିବା ହ୍ୟାରିସ୍ ପାର୍କ ନିବାସୀ ସେଜଲ ପଟେଲ ମନ୍ଦିର ସମ୍ମୁଖ କାନ୍ଥ ଭଙ୍ଗା ହାଇଥିବା ଦେଖିଥିଲେ । ମନ୍ଦିରରେ ଭଙ୍ଗାରୁଜା ହାଇଥିବା ଦେଖିବା ପରେ ସେ ଏ ସମ୍ପର୍କରେ ମନ୍ଦିର ପରିଚାଳନା କମିଟିକୁ ସୂଚନା ଦେଇଥିଲେ । ଏହା ପରେ ଘଟଣା ନେଇ ଏନଏସଡବ୍ଲୁ ପାଲିସକୁ ସୂଚିତ କରାଯାଇଥିଲା । ସୂଚନା ପାଇ ପାଲିସ ମନ୍ଦିରକୁ ପହଞ୍ଚିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି ।

Leave a Reply