ଅନୁପ୍ରବେଶକାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଦାବି

ବାରିପଦା: ପାଂଚପିଢ଼ ଉପଖଣ୍ଡରେ ଏଟିଏମ୍ ଲୁଟ ଘଟଣାରେ ଆନ୍ତଃ ରାଜ୍ୟ ଡକାୟତି ଲିଙ୍କ ଠାବ ହେବାପରେ ପୁଣି ଅନୁପ୍ରବେଶକାରୀଙ୍କ ଉପରେ ଆଙ୍ଗୁଠି ନିଦେ୍ର୍ଦଶ ହେଉଛି । କରଂଜିଆ ସହର ସମେତ ଚଢ଼େଇଭୋଳ,ଯଶିପୁର,ଠାକୁରମୁଣ୍ଡା ଓ ଏହାର ଆଖ ପାଖ ଅଂଚଳରେ ରାଜ୍ୟ ବାହାରୁ ଲୋକେ ଆସି ବିନା ପରିଚୟରେ ଭଡ଼ାରେ ରହୁଥିବା ଅଭିଯୋଗ ହୋଇ ଆସୁଛି । ଗତବର୍ଷ ଚୋରି ଡକାୟତି ଭଳି ଅପରାଧିକ ମାମଲା ବଢିବା ପରେ କାର୍ଯ୍ୟନୁଷ୍ଠାନ ସ୍ୱରୂପ ଉପଖଣ୍ଡ ପୋଲିସ ଅଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ବିନା ପରିଚୟ ପତ୍ରରେ ଘରଭଡ଼ା ଦେଇଥିବା ଘର ମାଲିକ ମାନେ ଥାନାରେ ଭଡାଟିଆଙ୍କ ପରିଚୟ ପତ୍ର ଦାଖଲ କରିବାକୁ ଡାକବାଜି ଯନ୍ତ୍ର ମା୍ମମରେ ପୋଲିସ ସୂଚନା ଦେବା ସହିତ ନିଦେ୍ର୍ଦଶ ଜାରି କରିଥିଲା । ଏହା କେତେଦୂର କାର୍ଯ୍ୟକାରୀ ହେଇଛି ଜଣା ପଡିନଥିବା ବେଳେ ଅଂଚଳର କିଛି ଅସାଧୁ ବ୍ୟକ୍ତି ଅନୁପ୍ରବେଶକରୀଙ୍କ ପାଇଁ ଆଧାର କାର୍ଡ, ଭୋଟର ପରିଚୟ ପତ୍ର ତିଆରି କରିବାରେ ସହାୟତା କରୁଥିବା ଭଳି ସାଙ୍ଘାତିକ ସୂଚନା କିଛି ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବର୍ତମାନ ମୁର୍ଶିଦାବାଦ ମିସ୍ତ୍ରୀ କହି ଉପଖଣ୍ଡର ବିଭିନ୍ନ ବ୍ଲକ ରେ ହଜାର ହଜାର ଅନୁପ୍ରବେଶକାରୀ ଡେରା ପକାଇଥିବା ବେଳେ ଏମାନଙ୍କ ଉପରେ ବିଶେଷ ଦୃଷ୍ଟି ଦେଇ କାର୍ଯ୍ୟନୁଷ୍ଠାନ ନେବାକୁ ସାଧାରଣରେ ଦାବି ଜୋର ଧରିଛି ।

Leave a Reply

Your email address will not be published. Required fields are marked *