Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପଶ୍ଚିମବଙ୍ଗ ରାମନବମୀ ହିଂସାକାଣ୍ଡ ଘଟଣା-ଏନ୍ଆଇଏ ତଦନ୍ତ ନିଦେ୍ର୍ଦଶ ଦେଲେ ହାଇକୋର୍ଟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପଶ୍ଚିମବଙ୍ଗ ରାମନବମୀ ହିଂସାକାଣ୍ଡ ଘଟଣା-ଏନ୍ଆଇଏ ତଦନ୍ତ ନିଦେ୍ର୍ଦଶ ଦେଲେ ହାଇକୋର୍ଟ

କୋଲକାତା : ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ରାମ ନବମୀ ଅବସରରେ ଘଟିଥିବା ହିଂସାକୁ ନେଇ କଲିକତା ହାଇକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବର୍ତ୍ତମାନ ହାୱଡା ଏବଂ ଦାଲକୋଲା ସମେତ ବିଭିନ୍ନ ସହରରେ ହିଂସା ଘଟଣାର ତଦନ୍ତକୁ କୋର୍ଟ ଆତଙ୍କବାଦ ବିରୋଧୀ ଏଜେନ୍ସି ଏନଆଇଏକୁ ହସ୍ତାନ୍ତର କରିଛନ୍ତି । ଫଳରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ବଡ଼ ଝଟ୍କା ଲାଗିଛି । ଗତ ମାର୍ଚ୍ଚ ୩୦ ତାରିଖ ରାମ ନବମୀ ଅବସରରେ ଶୋଭାଯାତ୍ରା ସମୟରେ ଉତ୍ତର ଦିନାଜପୁର, ଇସଲାମପୁର, ହାୱଡାରେ ସଂଘର୍ଷ ହୋଇଥିଲା । ଏଥିରେ ଜଣେ ଯୁବକଙ୍କର ମୃତୁ୍ୟ ହୋଇଥିଲା । ପରବର୍ତ୍ତୀ ଦିନରେ, ହାୱଡା ଏବଂ ରିସଡା ବ୍ୟତୀତ ଅନ୍ୟାନ୍ୟ ସ୍ଥାନରେ ଶୋଭାଯାତ୍ରା ସମୟରେ ଅଗ୍ନିକାଣ୍ଡ ଏବଂ ହିଂସା ଘଟଣା ଘଟିଥିଲା । ଏହି ଘଟଣାରେ ବଙ୍ଗଳା ପୋଲିସ ୧୧୬ ଜଣଙ୍କୁ ଗିରଫ କରିଥିଲା ଏବଂ ରାଜ୍ୟ ସରକାର ଏହାର ତଦନ୍ତ ସିଆଇଡି ହସ୍ତାନ୍ତର କରିଥିଲେ । କଲିକତା ହାଇକୋର୍ଟ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ ହନୁମାନ ଜୟନ୍ତୀ ପୂର୍ବରୁ ରାଜ୍ୟରେ ଶାନ୍ତି ବଜାୟ ରଖିବା ପାଇଁ କେନ୍ଦ୍ରୀୟ ବାହିନୀ ନିୟୋଜିତ କରିବାକୁ କହିଥିଲେ । ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳର ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ମଧ୍ୟ ଦେଖାଯାଇଥିଲା । ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିସନରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଟି.ଏସ ସିଭାଗନନମଙ୍କ ନେତୃତ୍ୱରେ ଏକ ହାଇକୋର୍ଟର ଏକ ବେଞ୍ଚ ପଶ୍ଚିମବଙ୍ଗ ପୋଲିସକୁ ଏହି ମାମଲା ଏନଆଇଏକୁ ହସ୍ତାନ୍ତର କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ତାଙ୍କ ଏହି ଜନସ୍ୱାର୍ଥ ମାମଲାରେ ଅଧିକାରୀ କହିଛନ୍ତି, ରାମ ନବମୀ ହିଂସାରେ ବୋମା ବିସ୍ଫୋରଣ ଘଟିଛି । ଏହାର ଯାଞ୍ଚ ଏନଆଇଏ ଦ୍ୱାରା କରାଯିବା ଉଚିତ । ଏହି ଆବେଦନ ଉପରେ କୋର୍ଟ ଦୁଇ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଏହି ମାମଲା ସହ ଜଡିତ ସମସ୍ତ ରେକର୍ଡ ଏବଂ ସିସିଟିଭି ଫୁଟେଜ ହସ୍ତାନ୍ତର କରିବାକୁ ବଙ୍ଗଳା ପୋଲିସକୁ ନିଦେ୍ର୍ଦଶ ଦେଇଥିଲେ । ଏଥିସହ କେନ୍ଦ୍ରକୁ ଏହି ଦଲିଲଗୁଡ଼ିକୁ ଏନଆଇଏ ପଠାଇବାକୁ କୁହାଯାଇଛି ।

Leave a Reply