ନିଶ୍ଚିନ୍ତକୋଇଲ ହିନ୍ଦୁ ସମାଜ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ନିଶ୍ଚିନ୍ତକୋଇଲ: ସମ୍ବଲପୁର ଠାରେ ହନୁମାନ ଜନ୍ମୋତ୍ସ୍ୱ ପାଳନ ସମୟରେ ଚାଲିଥିବା ଶୋଭାଯାତ୍ରାରେ ହିନ୍ଦୁମାନଙ୍କ ଉପରେ ଅଣହିନ୍ଦୁ ମାନଙ୍କ ଆକ୍ରମଣ ଓ ଗଂଜାମ ଜିଲ୍ଲାର ଏକ ଧାର୍ମିକ ଜାଗାରେ ପାକିସ୍ତାନୀ ପତାକା ଉଡ଼ିବା ପ୍ରତିବାଦରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ହିନ୍ଦୁ ସମାଜ ପକ୍ଷରୁ ହିନ୍ଦୁ ହତ୍ୟାକାରୀମାନଙ୍କୁ ଉପଯୁକ୍ତ ଦଣ୍ଡ ଓ ପାକିସ୍ତାନି ପତାକା ଉଡାଇଥିବା ଦେଶଦ୍ରୋହି ମାନଙ୍କୁ ତୁରନ୍ତ ଦଣ୍ଡ ପ୍ରଦାନ କରିବା ଦାବିରେ ଏକ ଶୋଭାଯାତ୍ରା ବାହାରି ନିଶ୍ଚିନ୍ତକୋଇଲି ବଜାର ପରିକ୍ରମା କରିବା ସହ ବ୍ଲକ ଅଫିସ ସମ୍ମୁଖରେ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା କରିଥିଲେ । ସେଠାରେ ସ୍ଥାନୀୟ ଅଞ୍ଚଳର ବହୁ ହିନ୍ଦୁ ସଂଗଠନର କର୍ମକର୍ତ୍ତାଙ୍କ ସମେତ ସାଧାରଣ ଲୋକ ଯୋଗ ଦେଇଥିଲେ । ଶେଷରେ ହିନ୍ଦୁ ସମାଜ ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ବିଡ଼ିଓଙ୍କ ଜରିଆରେ ଦିଆଯାଇଥିଲା କ୍ଷ ଏହି କାର୍ଯ୍ୟକ୍ରମ ରେ ହିନ୍ଦୁ ସମାଜ ସଭ୍ୟ ଲଳିତ ମୋହନ ପ୍ରଧାନ, ପ୍ରଦୀପ୍ତ କୁମାର ବେହେରା ଙ୍କ ସମେତ ବହୁ ହିନ୍ଦୁ ସମାଜ ସଭ୍ୟମାନେ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *