Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସମ୍ବଲପୁର ଘଟଣାକୁ ନେଇ ଟିଟଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପତ୍ର ପ୍ରଦାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସମ୍ବଲପୁର ଘଟଣାକୁ ନେଇ ଟିଟଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପତ୍ର ପ୍ରଦାନ

ବଲାଙ୍ଗୀର/ଟିଟଲାଗଡ, : ସମ୍ବଲପୁରରେ ଘଟିଥିବା ଘଟଣା କୁ ନେଇ ବିଶ୍ୱହିନ୍ଦୁ ପରିଷଦ ତଥା ବଜରଙ୍ଗ ଦଳରର ବିକ୍ଷୋଭ ପ୍ରଦର୍ଶନ ସହ ରାଜ୍ୟପାଳଙ୍କ ଉଦେ୍ଦଶ୍ୟ ରେ ଦାବି ପତ୍ର ପ୍ରଦାନ । ସମ୍ବଲପୁର ରେ ଘଟିଥିବା ଲୋମ ହର୍ଷଣ କାରୀ ଘଟଣା ବିରୋଧରେ ଟିଟଲାଗଡ ବଜରଙ୍ଗ ଦଳ ତଥା ବିଶ୍ୱହିନ୍ଦୁ ପରିଷଦର ତରଫ ରୁ ସ୍ଥାନୀୟ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମାନ୍ୟବର ରାଜ୍ୟପାଳ ଙ୍କ ଉଦେ୍ଦଶ୍ୟ ରେ ସ୍ଥାନୀୟ ଅତିରିକ୍ତ ଉପ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରା ଯାଇଛି । ଏହି ଶୋଭଯାତ୍ରାରେ ବଜରଙ୍ଗ ଦଳ ତଥା ବିଶ୍ୱହିନ୍ଦୁ ପରିଷଦ ର କର୍ମକର୍ତ୍ତା ଏକ ଶୋଭାଯାତ୍ରା ରେ ବାହାରି ନଗର ପରିକ୍ରମା କରି ଉପ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତୁରନ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଦାବୀ ସହ ଆଗାମୀ ଦିନରେ ଆବଶ୍ୟକ ପଡିଲେ ଦୃଢ଼ ପ୍ରତିବାଦ କରିବା ଚେତାବନୀ ଦିଆଯାଇଛି ।ଏହି ଶୋଭାଯାତ୍ରାରେ ମୁକେଶ ଜୈନ, ନବୀନ ଜୈନ, ସନ୍ତୋଷ ମହାନ୍ତି, ଆଲୋକ ନାୟକ, ସଞ୍ଜୀବ ପାଢି, ରାଜେଶ କୁମାର ବାବୁ, ସୁନ୍ଦର ଲାଲ୍? ଶର୍ମ, ସୁନୀଲ କୁମାର ପଣ୍ଡା (ପତଞ୍ଜଲି),ଡମ୍ବରୁ ଧର କର୍ମୀ, ଅଶୋକ ମିଶ୍ର, ରଶ୍ମି ଖମାରି, ମୋହନ ଲାଲ୍ ଜୈନ ଯୋଗ ଦେଇଥିଲେ ।

Leave a Reply