ପଞ୍ଚଭୂତରେ ଲୀନ ସହିଦ ଦେବାଶିଷ

ପୁରୀ: ଜାମ୍ମୁ- କାଶ୍ମୀରର ପୁ‚ରେ ଆତଙ୍କବାଦୀ ଆକ୍ରମଣରେ ସହିଦ୍ ହୋଇଥିବା ଓଡ଼ିଆ ଯବାନ ଲାନ୍ସ ନାଏକ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର ଆଜି ଅପରାହ୍ନ ପ୍ରାୟ ୧ଟା ସମୟରେ ତାଙ୍କ ଗ୍ରାମ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଅଳଗୁମ ପଂଚାୟତର ଖଣ୍ଡାୟତ ସାହିରେ ପହଂଚିଥିଲା । ସହିଦଙ୍କ ଶେଷ ଦର୍ଶନ କରିଥିଲେ ହଜାର ହଜାର ସଂଖ୍ୟାରେ ଜନସାଧାରଣ । ଏହାପରେ ଗାଁ ଶ୍ମଶାନକୁ ନିଆଯାଇଥିଲା ତାଙ୍କ ମରଶରୀର । ସେଠାରେ ସେନା ପକ୍ଷରୁ ତୋପ ସଲାମି ଦିଆଯାଇଥିଲା । ଏହାପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ୍ ଯବାନ ଦେବାଶିଷଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସାନ ଭାଇ ବିଜ୍ଞାନ ମୁଖାଗ୍ନି ଦେଇଛନ୍ତି । ପଞ୍ଚଭୂତରେ ବିଲୀନ ହୋଇଛି ଦେବାଶିଷଙ୍କ ପାର୍ଥିବ ଶରୀର । ଦେବାଶିଷ ବିଶ୍ୱାଳଙ୍କ ପାର୍ଥôବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା । ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାଛଡ଼ା ସେଠାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ. ସମ୍ବିତ ପାତ୍ରଙ୍କ ସମେତ ବହୁ ରାଜନେତା ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଭୁବନେଶ୍ୱର ବିମାନବନ୍ଦରରେ ସହିଦ ଦେବାଶିଷଙ୍କ ପନôୀ ସୁଶ୍ରୀ ସଙ୍ଗୀତା ମଧ୍ୟ ଉପସ୍ଥିତ ଥଲେ । ଏହା ପରେ ପାର୍ଥôବ ଶରୀରକୁ ଜନ୍ମମାଟି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଅଳୁଗୁମ ପଂଚାୟତ ଖଣ୍ଡାୟତସାହିକୁ ନିଆଯାଇଥିଲା । ବୀର ଯବାନଙ୍କ ଶେଷ ଦର୍ଶନ ପାଇଁ ରାସ୍ତାର ଉଭୟ ପାଶ୍ୱର୍ରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ, ସ୍କୁଲ କଲେଜ ଛାତ୍ରଛାତ୍ରୀ ଘଣ୍ଟା ଘଣ୍ଟା ଧରି ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ଦେବାଶିଷ ଅମର ରହେ, ବୀର ଯବାନ ଅମର ରହେ ଧ୍ୱନୀରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଉଠିଥିଲା । ସମସ୍ତଙ୍କ ଆଖିରେ ଲୁହ, ମନରେ କୋହ ସ୍ପଷ୍ଟ ବାରି ହୋଇପଡୁଥିଲା । ଅନ୍ୟପକ୍ଷରେ ଯବାନ ଦେବାଶିଷଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି ପରିବାର ଲୋକ । ଦେବାଶିଷଙ୍କ ଏକ ୩ ମାସର କନ୍ୟା ସନ୍ତାନ ଓ ପତ୍ନୀ ରହିଛନ୍ତି । ପ୍ରକାଶ ଥାଉକି, ରାଜୌରୀ-ପୁ‚ ରାଜପଥର ସଂଗୟୋଟ ଅଂଚଳରେ ଗୁରୁବାର ଅପରାହ୍ନରେ ଆତଙ୍କବାଦୀ ଆକ୍ରମଣରେ ରାଷ୍ଟ୍ରୀୟ ରାଇଫଲ୍ସର ୫ ଜଣ ଯବାନ ସହିଦ ହୋଇଥିଲେ । ସହିଦ୍ ୫ ଯବାନଙ୍କ ମଧ୍ୟରେ ଥିଲେ ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳ । ଦେବାଶିଷ ୨୦୧୩ ମସିହାରେ ସେନାରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *