Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସମ୍ବଲପୁର ହିଂସା ଘଟଣାର ପ୍ରତିବାଦରେ କଳାହାଣ୍ଡି ବନ୍ଦ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସମ୍ବଲପୁର ହିଂସା ଘଟଣାର ପ୍ରତିବାଦରେ କଳାହାଣ୍ଡି ବନ୍ଦ

ଭବାନୀପାଟଣା: ଶ୍ରୀ ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରରେ ଘଟିଥିବା ହିଂସା ଘଟଣାର ପ୍ରତିବାଦରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଅଭିଭକ୍ତ କୋରାପୁଟ ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶା ୧୨ ଘଣ୍ଟିଆ ବନ୍ଦ ଡାକରାର ପ୍ରଭାବ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଭବାନୀପାଟଣା ସହର ସମେତ ଜିଲ୍ଲାର ସମସ୍ତ ଅଞ୍ଚଳରେ ବନ୍ଦ ପ୍ରାୟତଃ ସଫଳ ହୋଇଛି । ଏହି ବନ୍ଦକୁ ବିଜେପି ସମର୍ଥନ କରୁଥିବାରୁ ବନ୍ଦର ପ୍ରଭାବ ଅଧିକ ଦେଖିବାକୁ ମିଳିଛି । ସମ୍ବଲପୁର ହିଂସା ଘଟଣାର ପ୍ରତିବାଦରେ ୧୯ ତାରିଖ ସକାଳ ୭ ଘଣ୍ଟାରୁ ଭବାନୀପାଟଣା ସହରର କଲେଜ ଛକ ନିକଟର ପିପଲନାଳା ପୋଲ ଉପରେ ଏବଂ ସହରର ଅନ୍ୟାନ୍ୟ ସ୍ଥାନରେ ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ହିନ୍ଦୁ ଜାଗରଣ ସାମ୍ମୁଖ୍ୟ, ଆର୍ଏସ୍ଏସ୍, ବିଜେପି ଓ ଅନ୍ୟାନ୍ୟ ହିନ୍ଦୁ ସଗଂଠନ ନେତା ଓ କର୍ମୀମାନଙ୍କ ଦ୍ୱାରା ପିକେଟିଂ କରାଯାଇଥିଲା । ଯାହା ଫଳରେ ଯାନବାହନ ଯାତାୟତ ବାଧା ସୃଷ୍ଟି ହୋଇଥିଲା । ଏହି ବନ୍ଦ ଫଳରେ ସମସ୍ତ ଯାନବାହାନ ଚଳାଚଳ ବନ୍ଦ ଥିଲା ଓ ଦୋକାନ ବଜାର ବନ୍ଦ ଥିବା ଦେଖିବାକୁ ମିଳିଥିଲା । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ଯେପରି ନହେବ ସେଥିପାଇଁ ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ଭବାନୀପାଟଣା ସହର ବିଭିନ୍ନ ସ୍ଥାନରେ କଡ଼ା ପୋଲିସ ବ୍ୟବସ୍ଥା କରାଯାଇଥିଲା ।

Leave a Reply