Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦୁର୍ବୃତ୍ତ ଭାଙ୍ଗିଲେ ବାବାଙ୍କ ଆଶ୍ରମ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦୁର୍ବୃତ୍ତ ଭାଙ୍ଗିଲେ ବାବାଙ୍କ ଆଶ୍ରମ

ନିମାପଡା : ନିମାପଡା ଅରିଷଣ୍ଢ ପଞ୍ଚାୟତରେ ଏକ ବାବଙ୍କ ଆଶ୍ରମ ଭାଙ୍ଗି ଦୁର୍ବୃତ୍ତମାନେ ବାବାଙ୍କର ଆଶ୍ରମରେ ଥିବା ବହୁ ସାମଗ୍ରୀ ନଷ୍ଟ କରିଦେଇଛନ୍ତି । ଏ ସଂପର୍କରେ ଆଶ୍ରମର ବାବା ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ମିଳିଥିବା ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ନିମାପଡା ବ୍ଲକ ଅରିଷଣ୍ଢ ଗ୍ରାମ ଗହୀର ଠାରୁ ତିନି କିମି ଦୂରରେ ଦିବାକର ଦାଶଙ୍କ ଏକ ଆଶ୍ରମ ରହିଅଛି । ଦୀର୍ଘବର୍ଷ ହେବ ବାବା ଏଠାରେ ରାମ ଲକ୍ଷ୍ମଣ ସୀତା ହନୁମାନଙ୍କୁ ପୂଜା କରିବା ସହ ବୃକ୍ଷରୋପଣ କରିବା ବାବାଙ୍କର ଏକ ଅଭ୍ୟାସ କହିଲେ ଚଳେ । ଏହି ଆଶ୍ରମରେ ବାବା ଦିବାକର ବହୁ ମୂଲ୍ୟବାନ ଗଛ କରିଛନ୍ତି । କେତେକ ଖଳ ପ୍ରବୃତ୍ତିର ବ୍ୟକ୍ତି ବାବଙ୍କ ଏପରି କାର୍ଯ୍ୟ ଦେଖି ସହିନପାରି ପଣାସଂକ୍ରାନ୍ତି ରାତ୍ରରେ ବାବା ଏକ ଶିବମନ୍ଦିରକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଆଶ୍ରମ ଭିତରେ ପଶି ଭଙ୍ଗାରୁଜା କରିବା ସହ ଆସବାବ ପତ୍ର ନଷ୍ଟ କରିଛନ୍ତି । ବାବାଙ୍କ ପିନ୍ଧା ବସ୍ତ୍ରକୁ ମଧ୍ୟ ନିଆଁ ଲଗାଇଦେଇଛନ୍ତି । ବିଳମ୍ବିତ ରାତ୍ରରେ ବାବା ଆଶ୍ରମକୁ ଫେରି ଏପରି ଘଟଣା ଦେଖି ଆଜି ସକାଳୁ ନିମାପଡା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଆଶ୍ରମରେ ପହଞ୍ଚି ତଦନ୍ତ କରିବା ସହ କେଉଁମାନେ ଭାଙ୍ଗିଛନ୍ତି, ସେ ସଂପର୍କରେ ଛାନଭିନ ଚଳାଇଛି ।

Leave a Reply