Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବୈତରଣୀରୁ ବିରଳ ଗରୁଡ଼ ମୂର୍ତ୍ତି ଉଦ୍ଧାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବୈତରଣୀରୁ ବିରଳ ଗରୁଡ଼ ମୂର୍ତ୍ତି ଉଦ୍ଧାର

ଭଣ୍ଡାରୀପୋଖରୀ :ଏହି ବ୍ଲକ ଅନ୍ତର୍ଗତ ମଣିନାଥପୁର ନିକଟ ବୈତରଣୀ ନଦୀ ଶଯ୍ୟାରୁ ଶନିବାର ଏକ ବିରଳ ଗରୁଡ ମୂର୍ତ୍ତି ଉଦ୍ଧାର କରାଯାଇଛି । ସ୍ଥାନୀୟ ବାସିନ୍ଦା ବଂଶୀଧର ଖଟୁଆ ନଦୀକୁ ଯାଇଥିବାବେଳେ ହଠାତ୍ ଏହି ମୂର୍ତ୍ତିଟି ଉପରେ ତାଙ୍କର ନଜର ପଡିଥିଲା ତତକ୍ଷଣାତ୍ ସେ ମୂର୍ତ୍ତିଟିକୁ ଘରକୁ ଆଣିବା ସହିତ ସ୍ଥାନୀୟ ଇନଟାକ ସଦସ୍ୟ ତଥା ଯୁବ ଗବେଷକ ବିଶ୍ୱମ୍ବର ରାଉତଙ୍କ ସହିତ ଯୋଗାଯୋଗ କରିଥିଲେ । ଶ୍ରୀ ରାଉତ ପ୍ରାୟ ୨ ଫୁଟ୍ ଉଚ୍ଚର ଏହି ଭଗ୍ନ ମୂର୍ତ୍ତିଟିକୁ ଅନୁଧ୍ୟାନ କରିଥିଲେ । ତେବେ ଏହା ଏକ ବିରଳ ଭଗ୍ନ ଗରୁଡ ମୂର୍ତ୍ତି ନେଇ ପ୍ରନôତତ୍ତ୍ୱ ବିଭାଗ ଓ ପୋଲିସ ଅଧିକାରୀଙ୍କୁ ମୋବାଇଲ ମାଧ୍ୟମରେ ଅବଗତ କରାଇଥିଲେ । ତେବେ ଏହି ବିରଳ ଗରୁଡ ମୂର୍ତ୍ତିଟି ଗ୍ରାନଇଟ ପଥରରେ ନିର୍ମିତ ଦଶମ/ ଏକାଦଶ ଶତାବ୍ଦୀର ସମୟର ବୋଲି ଜଣାପଡିଛି । ଏହି ମୂର୍ତ୍ତିଟି ନିଆଳିର ମାଧବ ମନ୍ଦିରରେ ପୂଜିତ ଗରୁଡ ମୂର୍ତ୍ତି ସହିତ ସାମଞ୍ଜସ୍ୟ ରହିଥିବା ବେଳେ ବୌଦ୍ଧ ଓ ବୈଷ୍ଣବ ଧର୍ମର ସମିଶ୍ରଣ ସମୟର ସୋମବଂଶୀ ରାଜତ୍ୱ ସମୟର ବୋଲି ବିଶିଷ୍ଟ ପ୍ରନôତତ୍ତ୍ୱବିତ୍ ଡ. ସୁନୀଲ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହି ଭଗ୍ନ ଗରୁଡ଼ ମୂର୍ତ୍ତିଟି ଯୋଡହସ୍ତ ମୁଦ୍ରାରେ ଥିବା ବେଳେ ଡାହାଣ ହସ୍ତ ବାହୁ ଅଧାରୁ ଭାଙ୍ଗି ଯାଇଛି । ମୂର୍ତ୍ତିର ମସ୍ତକରେ ନାଗରାଜ ମୁକୁଟ ଶୋଭା ପାଉଥିବା ବେଳେ ବାମ ପାର୍ଶ୍ୱରେ ପକ୍ଷ ଥିବା ଦେଖିବାକୁ ମିଳିଛି । ଏଭଳି ବିରଳ ଗରୁଡ଼ ମୂର୍ତ୍ତିଟିର ସୁରକ୍ଷା ପାଇଁ ଶ୍ରୀ ଖଟୁଆ ସ୍ଥାନୀୟ ବୌଦ୍ଧ ବିହାର ବିକାଶ ପାଇଁ କାର୍ଯ୍ୟ କରୁଥିବା ଗବେଷକ ଶ୍ରୀ ରାଉତଙ୍କ ପରାମର୍ଶ କ୍ରମେ ବୌଦ୍ଧ ବିହାର ସଂଗ୍ରହାଳୟକୁ ପ୍ରଦାନ କରିଛନ୍ତି । ସଂଗ୍ରହାଳୟ ଯିବା ପୂର୍ବରୁ ମନ୍ଦିର ପୂଜକ ଉମାକାନ୍ତ ପଣ୍ଡା ମୂର୍ତ୍ତିଟିକୁ ପୂଜା କରିଥିଲେ । ମୂର୍ତ୍ତି ପ୍ରଦାନ ସମୟରେ ମୂର୍ତ୍ତି ଉଦ୍ଧାର ସହଯୋଗୀ ଗଦାଧର ଖଟୁଆ, ମନ୍ଦିର ଟ୍ରଷ୍ଟି ସଦସ୍ୟ ନରହରି ନାୟକ, ଟ୍ରଷ୍ଟି ପ୍ରତିନିଧି ଚନ୍ଦ୍ରକାନ୍ତ ନାୟକ ସମେତ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ ।

Leave a Reply