ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କଙ୍କଡ଼ାହାଡ଼ ବାର୍ଷିକ ଉତ୍ସବ ପାଳିତ

କଙ୍କଡ଼ାହାଡ଼ : ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କଙ୍କଡ଼ାହାଡ଼ ୧୮ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି । ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ଢ଼େଙ୍କାନାଳ ଶ୍ରୀଯୁକ୍ତ ମହେଶ ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତ୍ତିକ ସାହୁ, ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ·ରୁଲତା ମିଶ୍ର ବ୍ଲକ ଉପାଧକ୍ଷା ଶ୍ରୀମତୀ ଦିପା ସାହୁ, ଡ଼ାଃ ନରହରି ପଣ୍ଡା, କଙ୍କଡ଼ାହାଡ଼ ସରପଞ୍ଚ ଶ୍ରୀମତୀ ଅନୁଷୟା ସାହୁ, କରଗୋଳା ସରପଞ୍ଚ ଶ୍ରୀଯୁକ୍ତ ତାପସ ରଂଜନ ପାଣି, କେରଯୋଳି ସରପଞ୍ଚ ଶ୍ରୀଯୁକ୍ତ ରାଜକିଶୋର ସାହୁ, ପୂର୍ବତନ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ବଳଭଦ୍ର ସାହୁ, କଙ୍କଡ଼ାହାଡ଼ ଥାନା ଅଧିକାରୀଣୀ ଶ୍ରୀମତୀ ର୍ନିମଳା ଗୋଚ୍ଛାୟତ, ପ୍ରାକ୍ତନ ଶିକ୍ଷକ ଶ୍ରୀଯୁକ୍ତ କୈଳାସ ସାହୁ, ସମାଜ ସେବୀ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ସାହୁ, ରମେଶ ଚନ୍ଦ୍ର ମିଶ୍ର, ବିମଳ ସାହୁ, ଦେବରାଜ ସାହୁ, ଅମ୍ବୁଜ ସାହୁ, କଙ୍କଡ଼ାହାଡ଼ ଗ୍ରାମ ସଭାପତି ପ୍ରକାଶ ବିଶ୍ୱାଳ, କାମାକ୍ଷାନଗର ସଙ୍କୁଳ ସଂଯୋଜକ ଗୌର ଚନ୍ଦ୍ର ନନ୍ଦ ଯୋଗଦେଇଥିବା ବେଳେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସଭାପତି ଶ୍ରଯୁକ୍ତ ପାଣ୍ଡବ ଚରଣ ଦାସଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଆ·ର୍ଯ୍ୟ ମହେନ୍ଦ୍ର ମହାନ୍ତ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ । ପ୍ରଥମେ କୁନି କୁନି ଛାତ୍ର ଛାତ୍ରୀ ଅଭିଭାବକ ଅଭିଭାବିକା ତଥା ବିଦ୍ୟାଳୟର ଗୁରୁଜୀ ଗୁରୁମା ମାନଙ୍କ ଦ୍ୱାରା ଅତିଥି ମାନଙ୍କୁ ମୁଖ୍ୟ ଫାଟକ ଠାରୁ ସଭା ମଣ୍ଡପ ପର୍ଯ୍ୟନ୍ତ ପୁଷ୍ପ ଶଙ୍ଖ ହୁଳହୁଳି ଦେଇ ସଭା ମଣ୍ଡପ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ଶିଶୁ ମନ୍ଦିରର ନିୟମ ଅନୁଯାୟୀ ପ୍ରଥମେ ଦ୍ୱୀପ ପ୍ରଜ୍ୱଳନ ମୁଖ୍ୟ ଅତିଥି ଓ ଅତିଥି ମାନଙ୍କ ଦ୍ୱାରା କରାଯାଇଥିଲା । ବିଦ୍ୟାଳୟର ସଭାପତି ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପରିଚଳନା କମିଟି ତରଫରୁ ବିଦ୍ୟାଳୟର ସମସ୍ୟା ଉପରେ ଅବଗତ କରାଯାଇଥିଲା । ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ମାନେ ତାଙ୍କ ଅଭିଭାଷଣରେ ବିଦ୍ୟାଳୟର ଉନ୍ନତି ନିମନ୍ତେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ବିଦ୍ୟାଳୟର କୁନି କୁନି ପିଲାଙ୍କୁ ନେଇ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସମ୍ପାଦକ ନରେନ୍ଦ୍ର କୁମାର ସିଂହ ଅତିଥି ମଞ୍ଚାସିନ ସମସ୍ତ ସମ୍ମାନିତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ପରି·ଳନା କରିଥିଲେ ।

Leave a Reply

Your email address will not be published. Required fields are marked *