କଳମଛୁଇଁ ଶିଶୁମନ୍ଦିରରେ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ

ତାଳଚେର: ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଦ୍ୟାଳୟର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ ଓ କୋଷାଧ୍ୟକ୍ଷ ପଂଚାନନ ବେହେରା ଯୋଗ ଦେଇଥିଲେ । ଏଥିରେ ବହୁ ଅଭିଭାବକ, ଅଭିଭାବିକାଙ୍କ ସମେତ ମାତୃଭାରତୀର ସଦସ୍ୟାମାନେ ଯୋଗଦେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପ୍ରାରମ୍ଭରେ ଏକ କଳସୀ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଗ୍ରାମ ନିକଟସ୍ଥ ବାଉଁଶଗାଡିଆ ପୋଖରୀରୁ ପବିତ୍ର ଜଳ କଳସୀକୁ ଏକ ଶୋଭାଯାତ୍ରାରେ ଆଣି ବିଦ୍ୟାଳୟ ପରିସରରେ ଥିବା ଯଜ୍ଞ ମଣ୍ଡପରେ ରଖାଯାଇଥିଲା । ଏହି କଳସୀଯାତ୍ରାରେ ବହୁ ଅଭିଭାବିକାଙ୍କ ସମେତ ମାତୃଭାରତୀର ସଦସ୍ୟା ଓ ଗୁରୁମାମାନେ ଯୋଗ ଦେଇଥିଲେ । କଳମଛୁଇଁ ଗ୍ରାମର ନାମ ସଂକୀର୍ତନ ଦଳ ଏହି ଉସôବରେ ଯୋଗ ଦେଇ ନାମ ସଂକୀର୍ତନ କରିଥିଲେ । ଆଚାର୍ଯ୍ୟ ମଳୟ କୁମାର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଂସ୍କାର ଯଜ୍ଞରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦୁର୍ଯେ୍ୟାଧନ ସାହୁ ଓ ତାଙ୍କ ଧର୍ମପତ୍ନୀ ନୀଳିମାରାଣୀ ପ୍ରଧାନ କର୍ତା ଭାବରେ ଦାୟିତ୍ୱ ତୁଲାଇଥିଲେ । ଏହି ଅବସରରେ ପ୍ରଧାନାଚାର୍ଯ୍ୟ ଶ୍ରୀ ଦେହୁରୀ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞର ମହତ୍ୱ ସମ୍ପର୍କରେ ଉପସ୍ଥିତ ଅଭିଭାବକ, ଅଭିଭାବିକାମାନଙ୍କୁ ଅବଗତ କରାଇଥିଲେ । କାର୍ଯ୍ୟକ୍ରମକୁ ଆଚାର୍ଯ୍ୟ ଅନୀଲ କୁମାର ସାହୁ, କୁମୁଦ ଚନ୍ଦ୍ର ବେହେରା, ବସନ୍ତ ମହାନ୍ତି, ଅର୍ଚ୍ଚନା ସାହୁ, ସରୋଜା ବେହେରା, ଟୁନିତା ସାହୁ, ସବିତା ସାହୁ, ମୋନାଲିସା ମହାନ୍ତି, ରଞ୍ଜୁବାଳା ସାହୁ, କୁମୁଦ ସାହୁ, ପ୍ରକାଶ ଚନ୍ଦ୍ର ପ୍ରଧାନ, ବିକାଶ ପ୍ରଧାନ, ରୀତା ଭୂତିଆ, ଜ୍ୟୋର୍ତିମୟୀ ସେନାପତି, ବୈଜୟନ୍ତୀ ସାହୁଙ୍କ ସମେତ ସମସ୍ତ ଗୁରୁଜୀ, ଗୁରୁମା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *