Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜାତୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିଣିଲେ ଭିନ୍ନକ୍ଷମ ମଧୁସ୍ମିତା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜାତୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିଣିଲେ ଭିନ୍ନକ୍ଷମ ମଧୁସ୍ମିତା

ଧାମନଗର : ଭଦ୍ରକ ଜିଲ୍ଳା ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁରର ଭିନ୍ନକ୍ଷମ ଝିଅ ମଧୁସ୍ମିତା ସାହୁ ସଫଳତା ପାଇଛନ୍ତି । ଜାତୀୟ ହ୍ୱିଲ୍ ଚେୟାର ଫେନସିଂ ଚାମ୍ପିୟନସିପ୍ରେ ଅଂଶଗ୍ରହଣ କରି ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ପାଇଛନ୍ତି । ସେ ଫଏଲ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଜିଣି ଥିବାବେଳେ ଇପିଇଇ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି । ହରିଆଣାର କର୍ନାଲଠାରେ ଗତ ମାସରେ ଆୟୋଜିତ ୧୫ତମ ଜାତୀୟ ଫେନସିଂ ଚାମ୍ପିଅନସିପରେ ପଦକ ବିଜୟୀ ହୋଇ ଫେରିବା ପରେ ମଧୁସ୍ମିତାଙ୍କୁ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ସମ୍ବର୍ଦ୍ଧିତ କରିଛନ୍ତି । ସୂଚନା ଥାଉକି ମଧୁସ୍ମିତା ପୋଲିଓରେ ଆକ୍ରାନ୍ତ ହୋଇ ଥିଲେ ବି ପିଲାଟି ବେଳୁ ଖେଳ ପ୍ରତି ଆଗ୍ରହ ରଖିଥିଲେ । ଖେଳ ପ୍ରତି ଆଗ୍ରହ ରଖିଥିବା ମଧୁସ୍ମିତା ନିଜ ପରିବାର ଓ କିଛି ସଂଗଠନର ସହଯୋଗରେ ଭୁବନେଶ୍ୱରର ଚିନ୍ତାମଣିଶ୍ୱର ଅଞ୍ଚଳରେ ରହି ହ୍ୱିଲ୍ ଚେୟାର ଫେନସିଂ କ୍ରୀଡ଼ାର ପ୍ରଶିକ୍ଷଣ ନେଇଥିଲେ । ଭଦ୍ରକ ଅଞ୍ଚଳର କୋଚ୍ ରାଖାଲ୍ କୁମାର ସେଠୀ ତାଙ୍କୁ ପ୍ରଶିକ୍ଷଣ ଦେଉଥିଲେ । ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ ପରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ଲାଗି ଯୋଗ୍ୟ ବିବେଚିତ ହୋଇଥିଲେ । ନିହାତି ଗରିବ ପରିବାରର ମଧୁସ୍ମିତା ସେତେବେଳେ ଭାଙ୍ଗି ପଡ଼ିଥିଲେ । ଏତିକି ବେଳେ ଗାଁକୁ କୃତଜ୍ଞତା ଯାତ୍ରାରେ ଆସିଥିବା ଧାମନଗର ବିଧାୟକ ସୂର୍ଯ୍ୟବଂଶ ସୂରଜ ସବୁ କଥା ଜାଣିଥିଲେ । ଆଉ ଗୋଟିଏ ସପ୍ତାହ ଭିତରେ ନିଜ ଉଦ୍ୟମରେ ମଧୁସ୍ମିତାଙ୍କୁ ଖେଳ ସରଞ୍ଜାମ ସବୁ ଯୋଗାଇ ଦେଇଥିଲେ । ଏହାସହ ଜାତୀୟ ସ୍ତରୀୟ ଚାମ୍ପିଅନସିପରେ ଭାଗ ନେବା ଲାଗି ଆବଶ୍ୟକ ହେଉଥିବା ଅର୍ଥ ରାଶି ମଧ୍ୟ ଯୋଗାଇ ଦେଇଥିଲେ । ବିଧାୟକ ସୂର୍ଯ୍ୟବଂଶୀଙ୍କ ପ୍ରତ୍ୟେକ୍ଷ ସହଯୋଗରେ ମଧୁସ୍ମିତା ହରିଆଣାର କର୍ନାଲରେ ପହଞ୍ଚି ଚାମ୍ପିଅନ ସିପରେ ଅଂଶ ଗ୍ରହଣ କରିଥିଲେ । ସେଠାରେ ୪ ଦିନ ଧରି ଆୟୋଜିତ ଚାମ୍ପିୟନସିପର ଦୁଇଟି ବର୍ଗରେ ପଦକ ଜିଣିଥିଲେ । ଏହାସହ ଆସନ୍ତା ସେପ୍ଟେମ୍ବର ମାସରେ ଥାଇଲାଣ୍ଡରେ ହେବାକୁ ଥିବା ଅନ୍ତର୍ଜାତୀୟ ହ୍ୱିଲ ଚେୟାର ଫେନସିଂ ଚାମ୍ପିଅନସିପରେ ଦେଶର ପ୍ରତିନିଧିତ୍ୱ କରିବା ଲାଗି ମନୋନୀତ ହୋଇଛନ୍ତି । ତେବେ ମଧୁସ୍ମିତା ବିଦେଶରୁ ଫେରିବା ପରେ ପ୍ରଥମେ ଧାମନଗର ବିଧାୟକସୂର୍ଯ୍ୟବଂଶୀ ସୂରଜଙ୍କୁ ଭେଟିଥିଲେ । ବିଧାୟକ ତାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ମଧୁସ୍ମିତା ପଦକ ଜିଣି ଧାମନଗର ସହ ଓଡ଼ିଶାର ସମ୍ମାନ ରଖିଛନ୍ତି ବୋଲି ବିଧାୟକ ସୂରଜ କହିଛନ୍ତି । ରାମେଶ୍ୱରପୁରର ଭାଗବତ ସାହୁଙ୍କ ତିନି ଝିଅ ଓ ଗୋଟେ ପୁଅ ମଧ୍ୟରୁ ମଧୁସ୍ମିତା ବଡ଼ । ତେବେ ଜନ୍ମରୁ ପୋଲିଓ ଆକ୍ରାନ୍ତ ହୋଇଥିବା ମଧୁସ୍ମିତା ତାଙ୍କ ଜୀବନରେ ଅନେକ ସଂଘର୍ଷ କରିଛନ୍ତି । ବାପା ହାଣ୍ଡି ମାଠିଆ ତିଆରି କରି ଯେତିକି ରୋଜଗାର କରନ୍ତି ସେତିକିରେ ପରିବାର ଚଳାନ୍ତି । ତା ସହ ୪ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ବି ତୁଲାଇଥାନ୍ତି । ଏଣୁ ମଧୁସ୍ମିତା ଆଗକୁ ବଢ଼ିବା ଲାଗି ସବୁବେଳେ ଆର୍ଥôକ ସମସ୍ୟାର ସାମନା କରିଛନ୍ତି । ଏବେ ତାଙ୍କ ସଫଳତାରେ ବାପା ଭାଗବତ ଓ ମାଆ ହେମଲତା ଆନନ୍ଦିତ ହୋଇଛନ୍ତି ।

Leave a Reply