ବିଦ୍ୟାରମ୍ଭ ଯଜ୍ଞ

ବ୍ରହ୍ମଗିରି: ବ୍ରହ୍ମଗିରି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୨୦୨୩/୨୪ ଶିକ୍ଷା ବର୍ଷ ପାଇଁ ଆଜି ବିଦ୍ୟାରମ୍ଭ ଯଜ୍ଞ ଅନୁଷ୍ଠିତ ହୋଇଛି । ଶିକ୍ଷା ବିକାଶ ସମିତି ପରମ୍ପରା ଅନୁସାରେ ବିଦ୍ୟା ମନ୍ଦିରରେ ଏହି ଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାମନ୍ଦିରର ସମସ୍ତ ଛାତ୍ରଛାତ୍ରୀ ଓ ନୂତନ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଓ ସମସ୍ତ ଅଭିଭାବକ ମାନେ ଏହି ପବିତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କୁନି କୁନି ପିଲାମାନେ କିଭଳି ସୁସଂସ୍କାରିତ ହୋଇ ଉତ୍ତମ ଶିକ୍ଷା ଲାଭ କରିବେ ସେ ନେଇ ଅଭିଭାବକ ମାନେ ଯଜ୍ଞ ନାରାୟଣ, ସରସ୍ୱତୀ ଓ ଜ୍ଞାନଦାତା ଗଣେଷଙ୍କ ନିକଟରେ ପ୍ରାର୍ଥନା କରିଥିଲେ । କାର୍ଯ୍ୟକ୍ରମରେ ପରିଚାଳନା କମିଟି ସଂପାଦକ ରଜନିକାନ୍ତ ଷଡଙ୍ଗୀ, ସହ ସଂପାଦକ ଅମୂଲ୍ୟ କୁମାର ସୁନ୍ଦରା, ସଦସ୍ୟ ଦାମୋଦର ସାହୁ, କେଦାର ପ୍ରସାଦ ସାହୁ, କାର୍ତିକ ସେଠୀ, ଅଜୟ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇ ବିଦ୍ୟାରମ୍ଭ ଯଜ୍ଞରେ ନୂଆ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଉସôାହିତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାରମ୍ଭ ଉଦେ୍ଦଶ୍ୟରେ ମିଷ୍ଠାନ୍ନ ବଣ୍ଟନ ହୋଇଥିଲା ଓ କାର୍ଯ୍ୟକ୍ରମକୁ ବିଦ୍ୟା ମନ୍ଦିରର ସମସ୍ତ ଆଚାର୍ଯ୍ୟା, ଆଚାର୍ଯ୍ୟ ଓ କର୍ମଚାରୀ ମାନେ ସୁଚାରୁରୂପେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *