Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୫ ମାଓବାଦୀ ନିହତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୫ ମାଓବାଦୀ ନିହତ

ରାଞ୍ଚି: ଯେତେଯାହା କଲେ ମଧ୍ୟ ମାଓ ହିଂସା ଥମିବାର ନାଁ ନେଉନାହିଁ । ସର୍ଚ୍ଚ ଅପରେସନ ଓ କମ୍ବିଂ ଅପରେସନ ସତ୍ତ୍ୱେ ବି ମାଓବାଦୀମାନେ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଭିଆଇ ଚାଲିଛନ୍ତି । ତେବେ ସୋମବାର ଝାଡ଼ଖଣ୍ଡର ଛତ୍ରା ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ଗୁଳିମାଡ଼ରେ ୫ ଜଣ କୁଖ୍ୟାତ ମାଓବାଦୀ ନିହତ ହୋଇଛନ୍ତି । ନିହତ ମାଓବାଦୀଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୁଣ୍ଡ ପିଛା ୨୫ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରାଯାଇଥିବା ବେଳେ ଅନ୍ୟ ୩ ଜଣଙ୍କ ପାଇଁ ଜଣ ପିଛା ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଏନେଇ ଛତ୍ରା ଏସ୍ପି ରାକେଶ ରଞ୍ଜନ କହିଛନ୍ତି ଯେ, ଲାୱାଲଙ୍ଗ ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଛତ୍ରା-ପାଲାମୁ ସୀମାରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ସେଠାରେ ମାଓବାଦୀମାନେ ଆଡ୍ଡା ଜମାଇ ଥିବାର ଗୁଇନ୍ଦା ସୂତ୍ରରୁ ଖବର ମିଳିବା ପରେ ଏହି ଅପରେସନ ଆରମ୍ଭ କରାଯାଇଥିଲା । ତେବେ ସୁରକ୍ଷା କର୍ମୀଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଉଭୟ ପକ୍ଷ ମଧ୍ୟରେ ବେଶ୍ କିଛି ସମୟ ଧରି ଗୁଳିଗୁଳା ବିନିମୟ ହୋଇଥିଲା । ନିହତ ମାଓବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରାଯାଇଥିଲା । ଜବତ ସାମ୍ରଗୀ ମଧ୍ୟରେ ଦୁଇଟି ଏକେ-୪୭ ରାଇଫଲ, ଇନସାସ୍ ରାଇଫଲ, ବିସ୍ଫୋରକ ଓ ଗୁଳି ଜବତ କରାଯାଥିଲା । ଏହି କୁଖ୍ୟାତ ମାଓବାଦୀଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ପୂର୍ବରୁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ନିହତ ମାଓବାଦୀ ଗୌତମ ପାଶୱାନ ଓ ଚାର୍ଲି ହେଉଛନ୍ତି ଏସ୍ଏସ୍ସି ସଦସ୍ୟ । ସେହିପରି ନିହତ ନନ୍ଦୁ, ଅମର ଓ ସନ୍ଦୀପ ସବଜୋନାଲ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ । ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟ ମାଓବାଦୀମାନଙ୍କୁ ଠାବ କରିବା ପାଇଁ ଏବେବି ସର୍ଚ୍ଚ ଅପରେସନ ଚାଲିଥିବା ଏସ୍ପି ସୂଚନା ଦେଇଛନ୍ତି ।

Leave a Reply