Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାହୁଲଙ୍କ ବିରୋଧରେ ଆଉ ଏକ ମାନହାନି ମାମଲା ରୁଜୁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାହୁଲଙ୍କ ବିରୋଧରେ ଆଉ ଏକ ମାନହାନି ମାମଲା ରୁଜୁ

ନୂଆଦିଲ୍ଲୀ: ନିକଟ ଅତୀତରେ ଗୋଟାଏ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଛି । ରାହୁଲ ଚଳିତବର୍ଷ ଜାନୁଆରି ମାସରେ ଭାରତ ଯୋଡ଼ୋ ଯାତ୍ରା ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍) ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ଏହି ମାମଲା ରୁଜୁ ହୋଇଥିବା ସୂଚନା ରହିଛି । ଉତ୍ତରପ୍ରଦେଶର ହରିଦ୍ୱାର କୋର୍ଟରେ ଆରଏସ୍ଏସ୍ କର୍ମୀ କମଲ ଭାଦୁରିଆଙ୍କ ଅଭିଯୋଗ ପରେ ଓକିଲ ଅରୁଣ ଭାଦୁରିଆଙ୍କ ଦ୍ୱାରା ଏହି ମାମଲା ପଞ୍ଜିକୃତ ହୋଇଛି । ଚଳିତବର୍ଷ ଜାନୁଆରି ୯ ତାରିଖରେ ହରିୟାଣାର ଅମ୍ବଲାରେ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ସମୟରେ ରାହୁଲ ଆରଏସ୍ଏସ୍ ସଦସ୍ୟମାନଙ୍କୁ ଏକବିଂଶ ଶତାବ୍ଦୀର କୌରବ ବୋଲି କହି ସମ୍ବୋଧନ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ରାହୁଲ ଗାନ୍ଧୀ ଆରଏସ୍ଏସ୍ ସଦସ୍ୟଙ୍କ ଉଦେ୍ଦଶ୍ୟରେ କହିଥିଲେ, ‘କୌରବ କିଏ? ମୁଁ ଆପଣଙ୍କୁ ଏକବିଂଶ ଶତାବ୍ଦୀର କୌରବମାନଙ୍କ ବିଷୟରେ କହିବି । ସେମାନେ ଖାକି ହାଫ୍ ପ୍ୟାଣ୍ଟ୍ ପିନ୍ଧନ୍ତି । ହାତରେ ଲାଠି ଧରି ବିଭିନ୍ନ ଆଡ଼େ ଶାଖା ଖୋଲିଛନ୍ତି । ଭାରତର ୨-୩ ନିୟୁତ ସଦସ୍ୟ ସେହି କୌରବଙ୍କ ସହ ଛିଡ଼ା ହୋଇଛନ୍ତି ।’ ତେବେ ରାହୁଲଙ୍କ ଏହି ବୟାନକୁ ନେଇ ହୋଇଥିବା ମାମଲାର ଶୁଣାଣି ଏପ୍ରିଲ୍ ୧୨ ତାରିଖରେ ହେବ । ଉଲ୍ଲେଖଯୋଗ୍ୟ, ଗତ ମାସରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ତାଙ୍କ ବିରୋଧରେ ହୋଇଥିବା ମାନହାନି ମାମଲାରେ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ସେ ଆଇପିସିର ଧାରା ୫୦୪ ଅଧୀନରେ ସୁରଟର ଏକ କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

Leave a Reply