ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଉତ୍ତମ ଭବିଷ୍ୟତ ନାଗରିକ ଗଢ଼ିଥାଏ

ଆଳି : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କେବଳ ଶିକ୍ଷା ଦାନ କରି ନ ଥାଏ ଭବିଷ୍ୟତରେ ଶିଶୁଟି କିପରି ଉତ୍ତମ ନାଗରିକ ହେବ ସେଥିପ୍ରତି ଦୃଷ୍ଟି ଦେଇଥାଏ । ଭାରତୀୟ ଅସ୍ମିତା ଓ ସଂସ୍କୃତିକୁ ଆଧାର କରି ଗଢ଼ିଉଠିଥିବା ଏହି ସରସ୍ୱତୀ ଶିଶୁ ଓ ବିଦ୍ୟା ମନ୍ଦିରଗୁଡିକର ଶିକ୍ଷାଦାନ ନିଆରା ବୋଲି ଅତିଥି ମାନେ, ଆଳି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୩ ତମ ବାର୍ଷିକ ଉତ୍ସବରେ ଏହା ପ୍ରକାଶ କରିଛନ୍ତି । କଥିତ ଅନୁଷ୍ଠାନ ପରିଚାଳନା ପରିଷଦର ସଭାପତି ତଥା ସାହିତ୍ୟିକ ବନମାଳୀ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଆଳି ପଂଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ସାମଲ, ମୁଖ୍ୟ ବକ୍ତା ଭାବେ ଆଳି ବ୍ଲକ ହାଇସ୍କୁଲ ସମୁହର ନୋଡାଲ ପ୍ରଧାନ ଶିକ୍ଷକ ବିରଞ୍ଚôନାରାୟଣ ମହାପାତ୍ର ଯୋଗଦେଇ କହିଥିଲେ ଯେ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗର ପାଠ୍ୟକ୍ରମ ଅନୁଯାୟୀ ପାଠ ଏହି ଅନୁଷ୍ଠାନରେ ପଢା ହେଉଥିଲେ ବି ଏହି ଶିକ୍ଷାନୁଷ୍ଠାନର ପାଠପଢାର ପରିବେଶ ଅନ୍ୟ ଠାରୁ ନିଶ୍ଚିତ ଭାବରେ ଅନନ୍ୟ । ବିଭିନ୍ନ ବୃତ୍ତି ଓ ପ୍ରତି ଯୋଗିତା ପରୀକ୍ଷାରେ ଏହି ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କର କୃତିତ୍ୱ ଅତ୍ୟନ୍ତ ଆକର୍ଷଣୀୟ । ଶୁକ୍ରବାର ଦିନ ସନ୍ଧ୍ୟାରେ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଉତ୍ସବରେ ସଂପାଦକ ସୁଶାନ୍ତ ଦାଶ ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟାଜାନକୀ କୁମାରୀ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ଉତ୍ସବ ଆରମ୍ଭରେ ଶିକ୍ଷୟିତ୍ରୀ ତୃପ୍ତିଲତା ସ୍ୱାଇଁ ଓ ଶିଶୁ ମାନେ ବନ୍ଦନା ଓ ପ୍ରାର୍ଥନା ଗାଇଥିଲେ । ସୁଶ୍ରୀ ଶୁଭଶ୍ରୀ ସାହୁ ଙ୍କ ଅମୃତ ବଚନ ପରେ ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଉତ୍ସବର ଶେଷ ପର୍ଯ୍ୟାୟରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ସହସମ୍ପାଦକ ରଞ୍ଜନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ମେଘନା ଦାସ ଓ ଶୁଭଶ୍ରୀ ସାହୁ ଙ୍କ ସଂଯୋଜନା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ପରିଚାଳନା ପରିଷଦ ପକ୍ଷରୁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ଜାନକୀ କୁମାରୀ ଦାସଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *