Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମୋବାଇଲ ଫୋନର ଅତି-ବ୍ୟବହାର ଭଲ ନୁହେଁ: ଉଦ୍ଭାବକ କୁପର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୋବାଇଲ ଫୋନର ଅତି-ବ୍ୟବହାର ଭଲ ନୁହେଁ: ଉଦ୍ଭାବକ କୁପର

ୱାସିଂଟନ : ମୋବାଇଲ ଫୋନର ଏକ ସମସ୍ୟା ହେଉଛି ଲୋକେ ତାକୁ ବେଶି ଦେଖୁଛନ୍ତି । ୫୦ ବର୍ଷ ତଳେ ଏହି ଫୋନକୁ ଉଦ୍ଭାବନ କରିଥିବା ଆମେରିକୀୟ ଇଂଜିନିୟର ମାର୍ଟିନ କୁପର ମୋବାଇଲ ଫୋନର ଅତି-ବ୍ୟବହାର ଓ ଅପବ୍ୟବହାରକୁ ନାପସନ୍ଦ କରିଛନ୍ତି । ସେଲ ଫୋନର ଜନକ କୁପରଙ୍କ କହିବା ଅନୁସାରେ, ଆମେ ପକେଟରେ ରଖୁଥିବା ଏହି ଛୋଟିଆ ଯନ୍ତ୍ରର ଅସୀମ କ୍ଷମତା ଓ ସମ୍ଭାବନା ରହିଛି । ଦିନ ଆସିବ, ଏହା ରୋଗ ଉପରେ ବିଜୟଲାଭ କରିବାରେ ବି ସାହାଯ୍ୟ କରିପାରିବ । କିନ୍ତୁ ବର୍ତ୍ତମାନ ଆମେ ଏହାଦ୍ୱାରା ଅତିମାତ୍ରାରେ ଅଭିଭୂତ ହୋଇପଡ଼ିଛୁ । ମୁଁ ଅନେକ ସମୟରେ ଦେଖେ, ଲୋକଟିଏ ରାସ୍ତା ପାରି ହେଉଛି, ଅଥଚ ସେହି ସମୟରେ ମୋବାଇଲ ଫୋନକୁ ବି ଦେଖୁଛି । କେତେ ଲୋକଙ୍କ ଉପରେ ଗାଡ଼ି ଚଢ଼ିବା ପରେ ଚେତା ପଶିବ । ୯୪ ବର୍ଷୀୟ କୁପର ଏକ ଆପଲ ଘଣ୍ଟା ଓ ଦାମୀ ଆଇଫୋନ୍ ବ୍ୟବହାର କରନ୍ତି । କିନ୍ତୁ ଏହି ଫୋନର ନିୟନ୍ତ୍ରିତ ବ୍ୟବହାର ଉପରେ ସେ ଜୋର ଦେଇଛନ୍ତି । ସେ କହିଛନ୍ତି, ତାଙ୍କ ନାତିନାତୁଣୀଙ୍କ ପରି ସେ ମୋବାଇଲ ଫୋନ୍ ବ୍ୟବହାର କରିପାରିବେ ନାହିଁ । ୧୯୭୩ ଏପ୍ରିଲ ୩ ତାରିଖରେ ପ୍ରଥମେ ମୋବାଇଲ ଫୋନରେ କଥା ହୋଇଥିବା ଓ ଏହି ଫୋନକୁ ତିଆରି କରିଥିବା କୁପର କୁହନ୍ତି, ଯେତେ ଦାମୀ ସର୍ବାଧୁନିକ ସ୍ମାର୍ଟଫୋନ୍ ପାଖରେ ଥିଲେ ବି ସେ ମୁଖ୍ୟତଃ ଲୋକଙ୍କ ସହ କଥା ହେବା ପାଇଁ ଏହା ବ୍ୟବହାର କରନ୍ତି । କୁପର କୁହନ୍ତି, ସେ ତିଆରି କରିଥିବା ପ୍ରଥମ ଫୋନର ଓଜନ ପ୍ରାୟ ଏକ କିଲୋ ଥିଲା ଏବଂ ତା’ର ବ୍ୟାଟେରି ଚାର୍ଜ ୨୫ ମିନିଟ କଥା ହେଲା ପରେ ସରିଯାଉଥିଲା । ଏତେ ଓଜନିଆ ଯନ୍ତ୍ରକୁ ୨୫ ମିନିଟ୍ କାନ ପାଖରେ ଧରି କଥା ହେବା ବି କଷ୍ଟକର ଥିଲା । ଫୋନର ଦାମ୍ ବି ବହୁ ଅଧିକ ଥିଲା । ସେତେବେଳେ କୁପର ମୋଟରୋଲା କମ୍ପାନିରେ କାର୍ଯ୍ୟ କରୁଥିଲେ ଓ ଏହି କମ୍ପାନି ଫୋନ୍ ତିଆରିରେ ଯଥେଷ୍ଟ ପୁଞ୍ଜିନିବେଶ କରିଥିଲା । ଆଜି ସେହି ଫୋନରେ କେତେ ଉନ୍ନତି ହେଲାଣି ତା’ର ଠିକଣା ନାହିଁ । ଆଗକୁ ବି ଅନେକ ସମ୍ଭାବନା ଅଛି ବୋଲି କୁପର କହିଛନ୍ତି ।

Leave a Reply