ବିଶ୍ୱ ହିନ୍ଦୁ ପରିଷଦ ସହାୟତାରେ ଶତାଧିକ ଗୋରୁ ଜବତ

ସାରସକଣା,୧ା୪: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ଝାରପୋଖରୀଆ ପୋଲିସର ଚଢ଼ାଉରେ ଶତାଧିକ ଗୋରୁ ଜବତ କରାଯାଇ ପୋଲିସ ହେପାଯତରେ ରଖାଯାଇଥିବା ବେଳେ, ଆସାମୀ ବଦଳରେ ଆଜି ଝାରପୋଖରିଆ ଥାନା ଗୋରୁମୟ ହୋଇଥିବା ଦେଖିବାକୁ ମିଳିଛି । ଦୀର୍ଘ ୩ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଥାନା ସାମ୍ମୁଖରେ ଶତାଧିକ ଲୋକେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି । ପ୍ରକାଶ ଥାଉକି ମୟୁରଭଞ୍ଜ ଜିଲ୍ଲାର ଜସିପୁର, ରାଇରଙ୍ଗପୁର, ଗରୁମହିସାଣି, ବାଦାମପାହାଡ଼, ବିଶୋଇ, ବାଙ୍ଗିରିପୋଷି ପରି ଅନେକ ଥାନା ପାରି ହୋଇ ପ୍ରତ୍ୟେକ ସପ୍ତାହରେ ପ୍ରାୟ ୩ରୁ ୪ଦିନ ଧରି ଲଗାତାର ଚଲାପଥରେ ଗୋ ·ଲାଣ ହେଉଥିବା ଜନସାଧାରଣ ମାନଙ୍କ ସହିତ ଜିଲ୍ଲା ପ୍ରଶାସନ ଏବଂ ପୋଲିସକୁ ବି ବେଶ ଜଣାଥିଲେ ମଧ୍ୟ ଆଜିଯାଏଁ ଏହି ·ଲାଣ ରୋକାଗଲା ନାହିଁ । ତେବେ କେତେବେଳେ ପ୍ରଶାସନ, ପୋଲିସ ଏବଂ କେତେବେଳେ କେଉଁ ଗୋଷ୍ଠୀ, ସଙ୍ଗଠନ ତଥା କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସ୍ୱାର୍ଥ ପୂରଣ ନହେଲେ ବେଳେବେଳେ ଏହି ଗୋ·ଲାଣ ବେଳେ ଚଢ଼ାଉ କରାଯାଏ ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ପ୍ରମାଣ ରହିଛି । ସେହିପରି ରାମନବମୀ ପାଇଁ ପଶ୍ଚିମବଙ୍ଗ ବନ୍ଦ ରହିଥିବା ହେତୁ ଗୋ ·ଲାଣ ଉପରେ ୨/ ୩ଦିନ ହେବ ଅଙ୍କୁଶ ଲାଗିଛି । ଜିଲ୍ଲାର ଅନେକ ଥାନା ପାରି ହୋଇ ଶତାଧିକ ଗୋରୁ ଝାରପୋଖରିଅ । ଥାନାର ଶୀର୍ଷା ଅଞ୍ଚଳରେ ପହଁଚିବା ପରେ, ପଶ୍ଚିମବଙ୍ଗ ବନ୍ଦ ଯୋଗୁଁ ଏକ ନିଛାଟିଆ ସ୍ଥାନରେ ଗୋ ବ୍ୟବସାୟୀ ଜଣଙ୍କ ଶତାଧିକ ଗୋରୁ କୁ ଅଟକ ରଖି ଘାସ ଖାଇବା ପାଇଁ ଛାଡିଥିଲେ । ତେବେ ସ୍ଥାନୀୟ ବିଶ୍ୱ ହିନ୍ଦୁ ପରିଷଦ ସଦସ୍ୟ ଜିଲ୍ଲା ଗୋସେବକ ସଂଯୋଜକ ସଞ୍ଜୟ ସେଠୀ ରାଜ୍ୟ ସଂଗଠନକୁ ଖବର ଦେବାପରେ, ପଶ୍ଚିମବଙ୍ଗର ବିଶାଳ ଗୋଶାଳା ପରିଚାଳନା କରୁଥିବା ଧ୍ୟାନ ଫାଉଣ୍ଡେସନର ପରିଚାଳକ ଡ଼ ସାଳିନୀ ମିଶ୍ର, ବିଶ୍ୱ ହିନ୍ଦୁ ପରିଷଦ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାମାନନ୍ଦ ତ୍ରିପାଠୀ, ଜିଲ୍ଲା ସଭାପତି ଯୋଗେଶ ଦଣ୍ଡପାଟ ପ୍ରମୁଖ ଶୀର୍ଷା ଠାରେ ପହଁଚି, ଘଟଣାର ସତ୍ୟାସତ୍ୟ ପରଖି ଝାରପୋଖରୀଆ ଥାନାକୁ ଖବର ଦେଇଥିଲେ । ପୋଲିସ ବାଉଁଶଦା ସ୍ଥିତ ଶିବ ମନ୍ଦିର ନିକଟରେ ପହଁଚି ତଦନ୍ତ କରିବା ସମୟରେ ଶତାଧିକ ଗ୍ରାମବାସୀ ପହଁଞ୍ଚô ବିଭିନ୍ନ ପ୍ରକାର ଦାବି କରିଥିଲେ । ତେବେ ପରିସ୍ଥିତି ଅଣାୟତ ହେଉଥିବା ଦେଖି ଥାନାଧିକାରୀ ଫୋନିନ୍ଦ୍ର ଭୂଷଣ ନାଏକଙ୍କ ନିଦେ୍ର୍ଦଶ ମୁତାବକ ଥାନାର ସମସ୍ତ କର୍ମଚାରୀ ଓ ଗୋଶାଳା ସେବକ ମାନେ ମିଳିତ ଭାବେ ଶତାଧିକ ଗୋରୁକୁ ଚଳାଇ ଚଳାଇ ଝାରପୋଖରୀଆ ଥାନାକୁ ଆଣିଥିବା ଦେଖିବାକୁ ମିଳିଥିଲା । ସେହିପରି ଗୋରୁ ଗୁଡିକୁ ପୋଲିସ ଜନସାଧାରଣ ମାନଙ୍କ ମଧ୍ୟରେ ବାଣ୍ଟି ଦିଅ ।ଯିବ ଶୁଣି ଶହ ଶହ ସ୍ଥାନୀୟ ଲୋକେ ୫ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଥାନା ସମ୍ମୁଖରେ ଭିଡ଼ ଲଗାଇଥିଲେ । ପୋଲିସ ସମସ୍ତ ଗୋରୁ ଗୁଡିକୁ ପ୍ରଥମେ ପାଣି ପିଆଇବା ପରେ ଖାଦ୍ୟ ମଧ୍ୟ ଦେଇଥିଲେ । ସେହିପରି ପରିସ୍ଥିତି ଜଟିଳ ହେଉଥିବାରୁ ପୋଲିସ ଥାନା ସମ୍ମୁଖରେ ଭିଡ଼ ନକରି ପଳାଇବାକୁ ଅନୁରୋଧ କରିଥିଲୋ ଅନ୍ୟପଟେ ପଶୁଚିକିତ୍ସକଙ୍କୁ ଡକାଇ ଗୋରୁ ଗୁଡିକର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଯାଇଛି । ଅନ୍ୟପଟେ ବିଶ୍ୱ ହିନ୍ଦୁ ପରିଷଦର କର୍ମୀମାନଙ୍କ ସହ ସ୍ଥାନୀୟ ବିଜେପି କର୍ମକର୍ତା ପହଁଚି ଥାନାଧିକାରୀଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଗୋ ଚାଲାଣ ରୋକିବା ପାଇଁ ସମସ୍ତେ ଆପ୍ରାଣ ଉଦ୍ୟମ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ । ତେବେ ଝାରପୋଖରୀଆ ଥାନାରେ ୮୦/ ୨୩ ଅନୁଯାୟୀ ମାମଲା ରୁଜୁ କରାଯାଇ ସମସ୍ତ ଗୋରୁ ଗୁଡିକୁ ରେକର୍ଡ ଭୁକ୍ତ କରି କାର୍ଯ୍ୟାନୁଷ୍ଠାନ ପୂର୍ବକ ୧/୦୪/୨୦୨୩ରେ ଟ୍ରକରେ ଗୋରୁ ଗୁଡିକୁ ବାଲେଶ୍ୱର ସ୍ଥିତ ଗୋଶାଳାକୁ ପଠାଇ ଦିଅ ।ଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *