ବଜରଙ୍ଗ ଦଳ ରାଜନଗର ପ୍ରଖଣ୍ଡ ପକ୍ଷରୁ ଶ୍ରୀରାମନବମୀ ଶୋଭାଯାତ୍ରା ଅନୁଷ୍ଠିତ

ରାଜନଗର : ବଜରଙ୍ଗ ଦଳ ରାଜନଗର ପ୍ରଖଣ୍ଡ ପକ୍ଷରୁ ଶ୍ରୀରାମନବମୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ବିରାଟ ଶୋଭାଯାତ୍ରା ରାଜନଗର ବ୍ଲକର ଡେରା ଛକରୁ ବାହାରି ହାତିନା, କୁରୁଂଟି, ନାଉକୋଣା, ମହିଁଷାସୁର ଓ ରାଜନଗର ବଜାର ଓ ଗାଁ ପରିକ୍ରମା କରିଥିଲେ । ଜୟ ଶ୍ରୀରାମ ନାରାରେ ରାଜନଗର କମ୍ପିଥିଲା । ବଜରଙ୍ଗ ଦଳ ରାଜନଗର ପ୍ରଖଣ୍ଡର ସଭାପତି ଦେବବ୍ରତ ମହାନ୍ତି, ସଂଯୋଜକ ସୌମ୍ୟ ରଂଜନ ଜେନା, ସଂପାଦକ ବିବେକାନନ୍ଦ ଭୂୟାଁ, ସହ ସଂଯୋଜକ ବିବେକାନନ୍ଦ ଦାସ, କ୍ରୀଷ୍ଣା ବେହେରା, ବଶିଷ୍ଟ ସାମଲ, ପବିତ୍ର ପଢିହାରୀ, ତାପସ ପରିଡା, ପ୍ରଶାନ୍ତ ରାଉତ, ବିରେନ୍ଦ୍ର ସାମଲ, ସ୍ମୃତି ରଂଜନ ପରିଡା, ସତ୍ୟପ୍ରିୟ ଜେନା, ଶିବ ପ୍ରସାଦ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରାଜନଗରରେ ପ୍ରଥମଥର ଶ୍ରୀରାମନବମୀ ଅବସରରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି ।

Leave a Reply

Your email address will not be published. Required fields are marked *