ମୋରଡା ପ୍ରଖଣ୍ଡର ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ପବିତ୍ର ଶ୍ରୀରାମ ନବମୀ ପାଳିତ

ଚିତ୍ରଡା ମୟୂରଭଞ୍ଜ ଜିଲା ମୋରଡା ପ୍ରଖଣ୍ଡର ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ପବିତ୍ର ଶ୍ରୀରାମ ନବମୀ ପାଳିତ ହୋଇଥିଲା । ପରିଷଦ ସଭାପତି ନରେନ୍ଦ୍ର ମହାନ୍ତ, ଉପସଭାପତି ବରେନ୍ଦ୍ର ଦାସ, ସମ୍ପାଦକ ଅକ୍ଷୟ ପତି ପ୍ରମୁଖଙ୍କ ପରିଚାଳନାରେ ବିବିଧ କାର୍ଯ୍ୟକ୍ରମ ସହ ମର୍ଯ୍ୟଦା ପୁରୁଷ ଶ୍ରୀରାମ ମୂର୍ତ୍ତିକୁ ନେଇ ଏକ ବିଶାଳ ଶୋଭାଯାତ୍ରା ଚିତ୍ରଡା ଶୈବପୀଠରୁ ବାହାରି ଚିତ୍ରଡା ଗାଁ, ହଳଦିପାଳ, ଶିର୍ଷାପାଳ ଛକ, ଜଗନ୍ନାଥ ମନ୍ଦିର, ବ୍ଲକଛକ, ଡିମୁରଡିହା ପରିକ୍ରମା କରି ଶୈବପୀଠରେ ପହଞ୍ଚôଥିଲା । କାର୍ଯ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ସଭାପତି ଅଜୟ ପାଳ ଯୋଗଦାନ କରି ଆୟୋଜକଙ୍କୁ ଉତ୍ସାହିତ କରିଥିଲେ । ଦୁର୍ଗାବାହିନୀ ସଂଯୋଜିକା ମାମିନା ମହାନ୍ତ,ବଜରଙ୍ଗ ଦଳର ମିଥୁନ ମହାନ୍ତ,ଚିତ୍ରଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶରତ ମହାନ୍ତ,ବିଶ୍ୱଜିତ ବେହେରା ପ୍ରମୁଖ ସହଯୋଗ କରିଥିଲେ । ସତସଙ୍ଗ ତରଫରୁ ଦିଲୀପ ସେନାପତି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *