Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋହତ୍ୟାକୁ ସଂପୂର୍ଣ୍ଣ ବନ୍ଦ କରିବା ଦାବି କଲା ହନୁମାନ ଜୟନ୍ତୀ ସମନ୍ୱୟ ସମିତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋହତ୍ୟାକୁ ସଂପୂର୍ଣ୍ଣ ବନ୍ଦ କରିବା ଦାବି କଲା ହନୁମାନ ଜୟନ୍ତୀ ସମନ୍ୱୟ ସମିତି

ସମ୍ବଲପୁର: ସହରରେ ଗୋମାଂସ ଚୋରା ଚାଲାଣକାରୀ ଓ ଗୋହତ୍ୟାକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ସ୍ଥାନୀୟ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ପକ୍ଷରୁ ଦୃଢ଼ ଦାବି କରାଯାଇଛି । ସମ୍ବଲପୁର ସାମ୍ବାଦିକ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ଅଭିଯୋଗ କରିଛି ଯେ, ଗତ କିଛି ବର୍ଷ ହେବ ସମ୍ବଲପୁର ସହରରେ ଲଗାତାର ଭାବେ ଗୋହତ୍ୟା ସହ ଗୋରୁ ଚୋରାଚାଲାଣ ବୃଦ୍ଧି ପାଉଥିଲେ ମଧ୍ୟ ଏହାକୁ ରୋକିବାରେ ପ୍ରଶାସନ ସମ୍ପୂର୍ଣ୍ଣ ଫେଲ ମାରିଛି । ଏଥିସହ ବାଙ୍ଗଲାଦେଶୀ ଓ ରୋହିଙ୍ଗା ମୁସଲିମଙ୍କ ଅନୁପ୍ରବେଶ ବୃଦ୍ଧି ପାଇବା ଯୋଗୁଁ ବିଭିନ୍ନ ସମୟରେ ସହରରେ ଅପରାଧିକ ଘଟଣା ବଢିଚାଲିଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ପଦାଧିକାରୀ ମାନେ ଗୋ-ମାଂସ ଓ ଗୋରୁ ଚୋରା ଚାଲାଣକାରୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଯଦି ପ୍ରଶାସନ ଯଥାଶୀଘ୍ର ଗୋରୁ ମାଂସ ଓ ଗୋରୁ ଚୋରା ଚାଲାଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ପକ୍ଷରୁ ବଡ଼ ଧରଣର ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଆଜିର ଏହି ସମ୍ମିଳନୀରେ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ସଭାପତି ଡ଼ା. ରାଜକୁମାର ବଡ଼ପଣ୍ଡା, କାର୍ଯ୍ୟକାରୀ ସଭାପତି ଦାମୋଦର କର, ସମ୍ପାଦକ ସମୀର ରଞ୍ଜନ ବାବୁ, ମୂଖ୍ୟ ସଂଯୋଜକ ନନ୍ଦ କିଶୋର ମିଶ୍ର, ଉପଦେଷ୍ଟା ରାମ ଚନ୍ଦ୍ର ମେହେର, ସୁଧୀର ରଞ୍ଜନ ବହିଦାର ଓ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply