Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ ଏବେ ବି ‘ବ୍ରାଇଟ୍ ସ୍ପଟ୍’ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ ଏବେ ବି ‘ବ୍ରାଇଟ୍ ସ୍ପଟ୍’

ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତିରେ ତୁଳନାତ୍ମକ ରୂପେ ଭାରତ ବ୍ରାଇଟ୍ ସ୍ପଟ୍ (ଉଜ୍ଜ୍ୱଳ ସ୍ଥାନ)ରେ ରହିଛି । ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷର ପ୍ରବନ୍ଧ ନିଦେ୍ର୍ଦଶକ କି୍ରଷ୍ଟଲିନା ଜର୍ଜିଭା ଭାରତର ଅର୍ଥନୀତିକୁ ନେଇ ଏହି କଥା କହିଛନ୍ତି । ସେ କହିଛନ୍ତି ଯେ, ୨୦୨୩ରେ ବିଶ୍ୱ ଅର୍ଥନୀତି ଅଭିବୃଦ୍ଧିରେ ଏକାକି ଭାରତ ୧୫ ପ୍ରତିଶତର ଯୋଗଦାନ ଦେବ । ଦୁନିଆର ପଞ୍ଚମ ବୃହତ ଅର୍ଥନୀତିକୁ ମହାମାରୀ ଯୋଗୁଁ ହୋଇଥିବା ହ୍ରାସରୁ ବାହାରିବାରେ ଡିଜିଟାଲ କରଣରୁ ସହଯୋଗ ମିଳିଛି । ସଠିକ୍ ନୀତି ତଥା ଆସନ୍ତା ବର୍ଷର ବଜେଟ୍ରେ ପ୍ରସ୍ତାବିତ ପୁଞ୍ଜି ନିବେଶ ଅଭିବୃଦ୍ଧିର ଗତିକୁ କାଏକ ରଖିବାରେ ସହଯୋଗ କରିବ । ଜର୍ଜିଭା ଏକ ସାକ୍ଷାତକାରରେ କହିଛନ୍ତି, ଭାରତର ପ୍ରଦର୍ଶନ ବେଶ ପ୍ରଭାବଶାଳୀ ରହିଛି । ଆମେ ଆଶା କରୁଛୁ ଯେ, ମାର୍ଚ୍ଚରେ ଶେଷ ହେବାକୁ ଥିବା ଆର୍ଥିକ ବର୍ଷରେ ଭାରତ ୬.୮ ପ୍ରତିଶତର ଉଚ୍ଚ ଅଭିବୃଦ୍ଧିକୁ ବଜାୟ ରଖିବ । ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଆମ ଅନୁମାନ ୬.୧ ପ୍ରତିଶତ ରହିଛି । ଜର୍ଜିଭା କହିଛନ୍ତି ଭାରତର ଅଭିବୃଦ୍ଧି ଦୁନିଆର ଅର୍ଥ ଅର୍ଥନୀତି ପରି ଅଳ୍ପ ଧିମେଇ ପାରେ, କିନ୍ତୁ ବିଶ୍ୱ ହାରାହାରିରୁ ଉପରେ ରହିବ । ଏହିପରି ୨୦୨୩ରେ ଗ୍ଲୋବାଲ ଗ୍ରୋଥରେ ଭାରତର ଯୋଗଦାନ ୧୫ ପ୍ରତିଶତ ରହିବ । ଏହା ପ୍ରମୁଖ ଅର୍ଥନୀତି ଗୁଡିକ ମଧ୍ୟରେ ସବୁଠୁ ଅଧିକ ଅଭିବୃଦ୍ଧି ହାର ଅଟେ । ଆଇଏମ୍ଏଫ୍ ଅନୁସାରେ ଚଳିତ ବର୍ଷ ଗ୍ଲୋବାଲ ଗ୍ରୋଥ୍ ରେଟ୍ କମ ହୋଇ ୨.୯ ପ୍ରତିଶତ ରହିପାରେ ।

Leave a Reply