ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରଜତ ଜୟନ୍ତୀ ସମାରୋହ ପାଳିତ

ଚଣ୍ଡିଖୋଲ(ଅମୃତ ମିଡିଆ): ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶା ଆନୁକୂଲ୍ୟରେ ଧାନମଣ୍ଡଳସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨ଦିନିଆ ରଜତ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସିଦେ୍ଧଶ୍ୱର ଦାସଙ୍କ ସଭାପିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥିଭାବେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗଦେଇ ପାଶ୍ଚାତ୍ୟ ଶିକ୍ଷା ସଂସ୍କୃତି ପ୍ରଭାବରେ ଆମ ଶିକ୍ଷା ନୀତି କବଳିତ ହେବା ସହିତ ଆମର ମହାନ ପରମ୍ପରା ମୁନିଋଷି ଓ ମହାପୁରଷ ମାନଙ୍କର ନୀତି ଆଦର୍ଶ ଆଧୁନିକ ବୈଷୟିକ ଶିକ୍ଷାର ପ୍ରଭାବରେ ଆଜିର ଯୁବପୀଢି ସଫଳତା ଶୀର୍ଷରେ ପହଞ୍ଚ ପାରିଛନ୍ତି । ଆଜିର ଛାତ୍ରଛାତ୍ରୀମାନେ ରାଷ୍ଟ୍ରଭକ୍ତିରେ ଅନୁପ୍ରାଣିତ ହେବା ସହିତ ମାନସିକ, ଶାରିରୀକ, ବୌଦ୍ଧିକ, ଆଧ୍ୟାତ୍ମିକ ଓ ନୈତିକ ଶିକ୍ଷାଉପରେ ଗୁରୁତ୍ୱାରୋପ କରିଥିଲେ । ଆଧ୍ୟାତ୍ମିକ ଜ୍ଞାନରେ ସମଗ୍ର ବିଶ୍ୱକୁ ଆତ୍ମଜ୍ଞାନ ପ୍ରଦାନ କରି ଭାରତ ବିଶ୍ୱଗୁରୁର ମାନ୍ୟତା ପାଇପାରିଛି । ଜୀବନରେ ସଂଘର୍ଷ ନକଲେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରିବ ନାହିଁ ବୋଲି ଶ୍ରୀ ଶତପଥୀ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ କରିଥିଲେ । ମୁଖ୍ୟବକ୍ତା ଭାବେ ବାଲିଚନ୍ଦ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସଂକୁଳ ପ୍ରମୁଖ ଅଧ୍ୟାପକ କିଶୋର ପରିଡ଼ା ଯୋଗଦେଇ ଭାରତର ଶିକ୍ଷା, ସଂସ୍କୃତି ଓ ପରମ୍ପାର ଉପରେ ଆଧାରିତ ବିଦ୍ୟାଭାରତୀ ଶିକ୍ଷା ସମିତି ଶିକ୍ଷା ମାଧ୍ୟମରେ ରାଷ୍ଟ୍ର ନିର୍ମାଣ କରିବା ସହିତ ସୁ ନାଗରୀକ ହେବାକୁ ଆହ୍ୱାନ ଦେବା ସହିତ ପୁସ୍ତକଗତ ଶିକ୍ଷାଦ୍ୱାରା ନହୋଇ ସଂଗୀତ, ନୃତ୍ୟ ଶାରୀରିକ ମାନସିକ, ବୌଦ୍ଧିକ ଶିକ୍ଷାଉପରେ ଗୁରୁତ୍ୱାରୋପ କରିଥିଲେ । ଶିକ୍ଷା କେବଳ ଅର୍ଥ ରୋଜଗାରର ମାଧ୍ୟମ ନହୋଇ ସମାଜ ଗଠନ ରାଷ୍ଟ୍ରଗଠନରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଯାଜପୁର ଜିଲ୍ଳାପରିଷଦ ଉାପଧ୍ୟକ୍ଷ ଗଣେଶ୍ୱର ବରାଳ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବହୁ ଉପାଦେୟ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ବିଭାସ ଚନ୍ଦ୍ର ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ଅକ୍ଷୟ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ସେହି ପରି ପ୍ରଥମ ସଂନ୍ଧ୍ୟାରେ ଯାଜପୁର ଜିଲ୍ଳାପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା ମୁଖ୍ୟବକ୍ତା ଭାବେ ଉତ୍ତରପୂର୍ବ ସମ୍ଭାଗର ସଭାପତି ଶିବନାରାୟଣ ସିଂହ, ସମ୍ମାନନୀୟ ଅତିଥି ଭାବେ ଯାଜପୁର ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ ଯୋଗଦେଇ ଉତ୍ସବକୁ ଆନୁ୍ଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ନୂତନ ଗୃହ ପରିସର ଉନ୍ନତିକରଣକୁ ଉଦ୍ଘାଟନ କରିଥିଲେ । ପରେ ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି ଶିକ୍ଷାବିତ୍ ରାମଚନ୍ଦ୍ର ଶୁକ୍ଳ, ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ରଶ୍ମିରେଖା ବଳବନ୍ତ ରାୟ, ପୂର୍ବତନ ସମ୍ପାଦକ ସୁବୋଧ କୁମାର ଜେନା, ନୃତ୍ୟଗୁରୁ ଆଦିତ୍ୟ ସାମନ୍ତରାୟ, ସେବୀକା ଲତିକା ଭୂୟାଁ ସମେତ ପ୍ରାକ୍ତନ ଗୁରୁଜୀ ଗୁରୁମାଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଶେଷରେ ମାନଗୋବିନ୍ଦ ଗୁରୁ ଧନ୍ୟବାଦ ଦେବା ସହିତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *