Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଦେଶୀ ମାଟିରୁ ଭାରତର ସରକାରଙ୍କୁ ଧ୍ୱଂସ କରିବାକୁ ଉଦ୍ୟମ କରାଯାଉଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଦେଶୀ ମାଟିରୁ ଭାରତର ସରକାରଙ୍କୁ ଧ୍ୱଂସ କରିବାକୁ ଉଦ୍ୟମ କରାଯାଉଛି

ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି ଜର୍ଜ ସୋରୋସ : ସ୍ମୃତି ଇରାନି ନୂଆଦିଲ୍ଲୀ: ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ଷ୍ଟକ ବଜାରରେ ସାମ୍ପ୍ରତିକ ସମସ୍ୟା ଭାରତରେ ଗଣତାନ୍ତ୍ରିକ ପୁନରୁଦ୍ଧାର ଆଣିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ବୋଲି କୋଟିପତି ନିବେଶକ ଜର୍ଜ ସୋରୋସ ଦେଇଥିବା ମନ୍ତବ୍ୟକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛି ଭାରତ । ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିଦେଶୀ ଶକ୍ତି ହସ୍ତକ୍ଷେପ କରିବାକୁ ଚେଷ୍ଟା କରୁଥିବାରୁ ଭାରତୀୟମାନଙ୍କୁ ଏକଜୁଟ ହୋଇ ଜବାବ ଦେବାକୁ ପଡ଼ିବ ବୋଲି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି । ସ୍ମୃତି ଇରାନୀ କହିଛନ୍ତି ଯେ ଆଜି ଯେତେବେଳେ ଆମେରିକାର ରାଷ୍ଟ୍ରପତି, ଫ୍ରାନ୍ସ ରାଷ୍ଟ୍ରପତି ଏବଂ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଭାରତକୁ କୃତଜ୍ଞତା ଜ୍ଞାପନ କରୁଛନ୍ତି, ସେତେବେଳେ ସେମାନଙ୍କ ଦେଶରେ ଭାରତୀୟଙ୍କ ଯୋଗୁଁ ଆଜି ଅର୍ଥନୈତିକ ସମ୍ପର୍କ ସୁଦୃଢ଼ ହେଉଛି । ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାବେ ଉଭା ହୋଇଥିବାବେଳେ ଭାରତର ଗଣତାନ୍ତ୍ରିକ ଢାଞ୍ଚାରେ ହସ୍ତକ୍ଷେପ କରିଥିବା ଜର୍ଜ ସୋରୋସଙ୍କୁ କଡା ଜବାବ ଦେବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି । ଜର୍ଜ ସୋରୋସ୍ ଯେଉଁ ଘୋଷଣା କରିଛନ୍ତି ଯେ ସେ ଭାରତରେ ମୋଦିଙ୍କୁ ଦବାଇଦେବେ, ଲୋକତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରଙ୍କୁ ହଟାଇଦେବେ, ତାହାର କଡ଼ା ଜବାବ ପ୍ରତ୍ୟେକ ଭାରତୀୟ ଦେବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ଯୁଦ୍ଧର ମୁଖ୍ୟ ବିପକ୍ଷ କରିବେ ବୋଲି ଘୋଷଣା କରିଛନ୍ତି । ସେ ଘୋଷଣା କରିଛନ୍ତି ଯେ ସେ ତାଙ୍କ ବିଦେଶୀ ଶକ୍ତି ଅଧୀନରେ ଭାରତରେ ଏକ ବ୍ୟବସ୍ଥା ସୃଷ୍ଟି କରିବେ ଯାହା ଭାରତ ନୁହେଁ, ସେମାନଙ୍କ ସ୍ୱାର୍ଥରକ୍ଷା କରିବ । ବିଦେଶୀ ମାଟିରୁ ଭାରତର ସରକାରଙ୍କୁ ଧ୍ୱଂସ କରିବାକୁ ଉଦ୍ୟମ କରାଯାଉଛି ବୋଲି ଇରାନି ଅଭିଯୋଗ କରିଛନ୍ତି ।

Leave a Reply