ଓଡ଼ିଶାର ୪ ଜଣଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ କେନ୍ଦ୍ର ସରକାର ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ଏଥର ୬ ଜଣ ପଦ୍ମ ବିଭୂଷଣ ପାଇଥିବାବେଳେ ୯ ଜଣ ପଦ୍ମ ଭୂଷଣ, ୯୧ ଜଣ ପଦ୍ମ ପୁରସ୍କାର ପାଇଛନ୍ତି । ଓଆରଏସ (ଓରାଲ ରିହାଇଡ୍ରେସନ ସଲ୍ୟୁସନ)ର ବ୍ୟାପକ ବ୍ୟବହାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପଶ୍ଚିମବଙ୍ଗର ଡାକ୍ତର ସ୍ୱର୍ଗତଃ ଦିଲୀପ ମହଲନବିସଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି । ସହିପରି ସ୍ୱର୍ଗତଃ ମୁଲାୟମ ସିଂ ଯାଦବ, ଜାକିର ହୁସେନଙ୍କୁ ମଧ୍ୟ ପଦ୍ମ ବିଭୂଷଣ ଦିଆଯାଇଛି । ସେହିପରି ପଦ୍ମ ଭୂଷଣ ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଶିଳ୍ପପତି କୁମାର ମଙ୍ଗଳମ ବିରଲା, କଣ୍ଠଶିଳ୍ପୀ ବାଣୀ ଜୟରାମ, ସମାଜସେବା ପାଇଁ ଡ. ସୁଧା ମୂର୍ତ୍ତୀ । ପଦ୍ମଶ୍ରୀ ପାଇଥିବା ୪ ଜଣ ଓଡ଼ିଆ ହେଲେ କଳା ପାଇଁ କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣି ଚରଣ କୁଅଁର, ସାହିତ୍ୟ ଓ ଶିକ୍ଷା ପାଇଁ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ରଂଗବତୀର ଗାୟିତା କ୍ରିଷ୍ଣା ପଟେଲ ଓ କୃଷି ପାଇଁ ପଟାୟତ ସାହୁ । ପଦ୍ମଶ୍ରୀ ପାଇଥିବା ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଅଛନ୍ତି ଡକ୍ଟର ରତନ ଚନ୍ଦ୍ର କର ଏବଂ ଡକ୍ଟର ମୁନିଶୱର ଚନ୍ଦ୍ର ଡାବର, ସାମାଜିକ କର୍ମୀ ହୀରାବାଈ ଲୋବି । ଅନ୍ୟ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ନାଗା ସାମାଜିକ କାର୍ଯ୍ୟକର୍ତ୍ତା ରାମକୁଇବାନେଭ ନେଭମେ, ଭିପି ଅପୁକୁତନ ପୋଡୁୱାଲ, ଏସସି ଶେଖର, ଭେଦିଭ ଗୋପାଳ ଏବଂ ମୋସି ସଦାୟାନ, ଜୈବିକ କୃଷି ପ୍ରମୋଟର ତୁଲାରାମ ଉପରେଟି, ସନ୍ତୁର ବାଦକ ଗୁଲାମ ମହମ୍ମଦ ଜାଜ, ପର୍ଶୁରାମ କୋମାଜୀ ଖୁନେ, ଛତିଶଗଡ଼ର ନାଟ୍ୟ କଳାକାର ଦୋମାର ସିଂ କୁୱର, ଭାନୁଭାଇ ଚିତାରା ଏବଂ ଜୈବିକ କୃଷି ଅଗ୍ରଗାମୀ ନେକ୍ରାମ ଶର୍ମା ।

Leave a Reply

Your email address will not be published. Required fields are marked *