Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ ମଜଦୁର ସଂଘର ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ ମଜଦୁର ସଂଘର ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ

ରାଇରଙ୍ଗପୁର, – ରାଇରଙ୍ଗପୁରସ୍ତ ଲିଙ୍କରୋଡରେ ଭାରତୀୟ ମଜଦୁର ସଂଘର ଜିଲ୍ଲା କାର୍ଯ୍ୟାଳୟ ଭାରତୀୟ ମଜଦୁର ସଂଘର ଉପଦେଷ୍ଠା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିଗମାନନ୍ଦ ପଟ୍ଟନାୟକ ଓ ଭାରତୀୟ ମଜୁଦୁର ସଂଘର ଜିଲ୍ଲା ସଭାନେତ୍ରୀ ସରସ୍ୱତୀ ଟୁଡୁ,ଭାରତୀୟ ମଜଦୁର ସଂଘ ଜିଲ୍ଲା ସଂପାଦକ ବୋଧି ରଜତ ମହାନ୍ତ, ଓଡିଶା ରାଜ୍ୟ ଉଜ୍ଜ୍ୱଳା ଦିଦି ସଂଘ ରାଜ୍ୟ ସଭାନେତ୍ରୀ ବିଣାପାଣୀ ବେହେରା ,ଉଜ୍ଜ୍ୱଳା ଜିଲ୍ଲା ସଭାନେତ୍ରୀ ଲଳିତା ବିନ୍ଧାଣୀ ଓ ଉଜ୍ଜ୍ୱଳା ଜିଲ୍ଲା ସଂପାଦକ ସୁରୋସି ଦାସ ଙ୍କ ପରିଚାଳନାରେ ଶୁଭ ଉଦଘାଟିତ ହୋଇଯାଇଛି ।ଏଥିରେ ରାଇରଙ୍ଗପୁର ଉପଖଣ୍ଡର ସମସ୍ତ ବ୍ଲକ୍ ସମେତ ମୟୂରଭଞ୍ଜ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନମାନଙ୍କରୁ ସଦସ୍ୟମାନେ ଯୋଗଦେଇଥିଲେ ।ଏହା ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ମୟୂରଭଞ୍ଜ ଜିଲ୍ଲାରେ ଥିବା ଆଶାକର୍ମୀ,ଅଙ୍ଗନୱାଡିକର୍ମୀ, ଉଜ୍ଜ୍ୱଳା ଦିଦି,ମୟୂର ମେଟାଲ୍ ଲିମିଟେଡ୍ , ଓଡିଶା କୃଷି ଓ ଗ୍ରାମୀଣ ମଜୁଦୁର ସଂଘ ଓ ବାମନଘାଟୀ ଶିଳ୍ପ ମଜଦୁର ସଂଘ ର ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ ବୋଲି ପ୍ରସ୍ତାବ ଦିଆଯାଇଥିଲା ।ଏହି କାର୍ଯ୍ୟାଳୟରେ ଭାରତୀୟ ମଜଦୁର ସଂଘ ବହଳଦା ବ୍ଲକ୍ ସଂପାଦକ ମମତା ବେହେରା,ଭାରତୀୟ ମଜଦୁର ସଂଘ ତିରିଙ୍ଗ ବ୍ଲକ୍ ସଂପାଦକ ଅରୁଣ କୁମାର ଦତ୍ତ,ଜୟନ୍ତୀ ପାତ୍ର,ଲିଟୁ ମହାନ୍ତ,କୃଷ୍ଣଚନ୍ଦ୍ରବେହେରା,ହୃଷିକେଶ ମହାନ୍ତ,ନର୍ମଦା ଗିରି ତଥା ଅନ୍ୟାନ୍ୟ କର୍ମକତ୍ତାମାନେ ସହଯୋଗ କରିଥିଲେ ।

Leave a Reply