Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏଣିକି ଶବ୍ଦ ପ୍ରଦୂଷଣ କଲେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡିବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏଣିକି ଶବ୍ଦ ପ୍ରଦୂଷଣ କଲେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡିବ

ନୂଆଦିଲ୍ଲୀ : ଦିଲ୍ଲୀବାସୀଙ୍କ ପାଇଁ ଲାଗୁ ହେଲା ନୂଆ ନିୟମ । ଏଣିକି ଶବ୍ଦ ପ୍ରଦୂଷଣ କଲେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡିବ । ପ୍ରଦୂଷଣ ରୋକିବା ପାଇଁ ସହରରେ ନୂଆ ନିୟମ ଲାଗୁ କରିଛନ୍ତି ନୋଏଡା ଅଥରିଟି । ପ୍ରଥମ ଥର ପାଇଁ ନୋଏଡା ଟ୍ରାଫିକ୍ ସେଲ୍ ସହରର ୧୪୦ ଟି ଶବ୍ଦ ପ୍ରଦୂଷଣ ସ୍ଥାନ ଚିହ୍ନଟ କରିଛନ୍ତି । ଏହି ସ୍ଥାନ ଗୁଡିକରେ ସାଇଲେନ୍ସ ଜୋନର ବୋର୍ଡ ଲଗାଇବା ସହ ଶବ୍ଦ ନକରିବା ପାଇଁ ଦିଆଯାଇଛି ଚେତାବନୀ । ତେବେ ଏହି ଏରିଆରେ ଶବ୍ଦର ମାତ୍ରା ୪୦ରୁ ୫୦ ଡେସିବଲ୍ ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି । ସେହିପରି ସାଇଲେନ୍ସ ଜୋନ୍ ଘୋଷଣା ହୋଇଥିବା ସ୍ଥାନଠାରୁ ୧୦୦ମିଟର ଦୂରରେ ରହିବେ ଅଧିକ ଶବ୍ଦ କରୁଥିବା ଗାଡି । ଏହି ନୋ ସାଉଣ୍ଡ ଜୋନରେ ଅଧିକ ଶବ୍ଦ କରୁଥିବା ଗାଡିକୁ ନିଷିଦ୍ଧ କରାଯାଇଛି । ଆଉ ଯଦି କୌଣସି ଗାଡି ଏହାକୁ ଅମାନ୍ୟ କରେ, ତେବେ କଡା କାର୍ଯ୍ୟନୁଷ୍ଠାନ ସହ ମୋଟା ଅଙ୍କର ଜରିମାନା ଗଣିବାକୁ ପଡିବ । ଅନ୍ୟପଟେ ଏହି ଜୋନ ଗୁଡିକୁ ଗୁଗଲ ମ୍ୟାପରେ ଅପଡେଟ୍ କରାଯିବ ।

Leave a Reply