ହିଜାବ୍ ନିଷେଧ: ଜରୁରୀ ଶୁଣାଣି ପାଇଁ ତାଲିକାଭୁକ୍ତ

ଜରୁରୀ ଶୁଣାଣି ନିମନ୍ତେ ଆଜି ସୁପ୍ରିମ୍ କୋର୍ଟହିଜାବ୍ ନିଷେଧ ମାମଲାକୁ ତାଲିକାଭୁକ୍ତ କରି କହିଛନ୍ତି ଯେ, ଏହି ମାମଲା ଲାଗି ଅଦାଲତ ୩ଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଗଠନ କରିବେ । ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବ ଉପରେ ଜାରି ହୋଇଥିବା ନିଷେଧାଜ୍ଞା ଉଠାଇବାକୁ ଅଗ୍ରାହ୍ୟ କରି କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ରାୟକୁ ଚାଲେଞ୍ଜ୍ କରି ସୁପ୍ରିମ୍ କୋର୍ଟରେ କେତେଗୁଡ଼ିଏ ପିଟିସନ୍ ଦାଏର କରାଯିବ ପରେ ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।ପରୀକ୍ଷା ଦେବା ନିମନ୍ତେ କ୍ଲାସ୍କୁ ଯାଇ ପାରୁ ନ ଥିବା ଝିଅମାନଙ୍କୁ ଅନୁମତି ଦେବାକୁ ଅନୁରୋଧ କରି ଆଗତ ଏକ ଅନ୍ତରୀଣ ଆବେଦନ କଥା ବରିଷ୍ଠ ଆଡ୍ଭୋକେଟ୍ ମୀନାକ୍ଷି ଅରୋରା ଉଲ୍ଲେଖ କରିଥିଲେ । ହିଜାବ୍ କଟକଣା ଯୋଗୁଁ ଗୋଟିଏ ଶିକ୍ଷାବର୍ଷ ନଷ୍ଟ କରିଥିବା ଝିଅମାନଙ୍କ କଥା ମୀନାକ୍ଷି ଉତ୍ଥାପନ କରିଥିଲେ ।ସେ କହିଥିଲେ କି, ଫେବ୍ରୁଆରି ୧୬ ତାରିଖ ଦିନ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ ହେଉଛି । ଅନେକ ଝିଅ ପରୀକ୍ଷା ଦେଇ ପାରିବେ ନାହିଁ । ଆଉ ଗୋଟିଏ ବର୍ଷ ନଷ୍ଟ ନ ହେବା ପାଇଁ ଜରୁରୀ

Leave a Reply

Your email address will not be published. Required fields are marked *