Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟାର ସରୟୁ ନଦୀରେ ଆଧୁନିକ ସୁବିଧା ସହିତ ରାମକଥା ସହ ଧାର୍ମୀକ ସ୍ଥଳ ବିଷୟରେ ଦିଆଯିବ ସୂଚନା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟାର ସରୟୁ ନଦୀରେ ଆଧୁନିକ ସୁବିଧା ସହିତ ରାମକଥା ସହ ଧାର୍ମୀକ ସ୍ଥଳ ବିଷୟରେ ଦିଆଯିବ ସୂଚନା

ନୂଆଦିଲ୍ଲୀ: ଅଯୋଧ୍ୟାରେ ସରୟୁ ନଦୀରେ ପେଟ୍ରୋଲ ଏବଂ ଡିଜେଲରେ ଚାଲୁଥିବା ଡଙ୍ଗାଗୁଡ଼ିକ ଆଗାମୀ ଦିନରେ ଅତୀତ ହୋଇଯିବ । ଆଉ ଏଗୁଡିକ ସ୍ଥାନରେ ସୌର ଚାଳିତ ଡଙ୍ଗାଗୁଡ଼ିକ ଗତି କରୁଥିବା ଦେଖାଯିବ । ଫଳରେ ଡଙ୍ଗା ଚାଳକମାନେ କମ୍ ମୂଲ୍ୟରେ ଡଙ୍ଗା ଚଳାଇବାର ଲାଭ ପାଇବେ ଏବଂ କୌଣସି ପ୍ରକାରର ପ୍ରଦୂଷଣ ହେବ ନାହିଁ । କେବଳ ଏତିକି ନୁହେଁ, ନୂଆ ବର୍ଷର ଆଗମନ ସହିତ ଅଯୋଧ୍ୟାର ସରୟୁ ନଦୀରେ ଆଧୁନିକ ସୁବିଧା ସହିତ ସଜ୍ଜିତ ସୋଲାର କ୍ରୁଜ୍ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ । ସୋଲାର କ୍ରୁଜର ବିଭିନ୍ନ ଅଂଶକୁ ନିର୍ମାଣ କରାଯାଇ ଅଯୋଧ୍ୟାକୁ ଅଣାଯିବ । ଏଠାରେ ଗୁପ୍ତର ଘାଟ ନିକଟରେ ଏହି କ୍ରୁଜ୍ ପ୍ରସ୍ତୁତ ହେବ । ଏଥିପାଇଁ ଅଳକାନନ୍ଦା କ୍ରୁଜ୍ ଲାଇନ୍ ପ୍ରାଇଭେଟ ଲିମିଟେଡ୍ ମ୍ୟାନେଜରଜୟନ୍ତ ମାଲଭିୟ, ଜଳସେଚନ ବିଭାଗ ସରୟୁ କେନାଲ ବିଭାଗର ଅଧିକାରୀଙ୍କ ସହ ଅଯୋଧ୍ୟା ଡିଏମ ନୀତୀଶ କୁମାରଙ୍କ ଏକ ବୈଠକ ମଧ୍ୟ ହୋଇଛି । ଏହି କ୍ରୁଜ୍ ଆଧୁନିକ ସୁବିଧା ସହିତ ସଜ୍ଜିତ ହେବ । ଏହା ମାଧ୍ୟମରେ ଗୁପ୍ତର ଘାଟରୁ ଚୌଧୁରୀ ଚରଣ ସିଂ ଘାଟ ପର୍ଯ୍ୟନ୍ତ ରାମାୟଣ ସମୟର ସମସ୍ତ ସ୍ଥାନ ପରିଦର୍ଶନ କରାଯିବ । ଏହା ସହିତ ପର୍ଯ୍ୟଟକମାନେ ମଧ୍ୟ ଏଥିରେ ରାମଚରିତ ମାନସ, ରାମ କଥା ଶୁଣି ପାରିବେ । ଅଯୋଧ୍ୟାର ଧାର୍ମିକ ଏବଂ ପୌରାଣିକ ସ୍ଥାନଗୁଡ଼ିକ ବିଷୟରେ ମଧ୍ୟ କ୍ରୁଜ୍ରେ ପ୍ରକାଶ କରାଯିବ । ଆଧୁନିକ ସୋଲାର କ୍ରୁଜ୍ ଅଯୋଧ୍ୟାରେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହେବାକୁ ଯାଉଛି ।

Leave a Reply