Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପିଏଫ୍ଆଇ ନେତାଙ୍କ ସଂପତ୍ତି ଜବତ ପ୍ରକ୍ରିୟା ଆରମ୍ଭ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପିଏଫ୍ଆଇ ନେତାଙ୍କ ସଂପତ୍ତି ଜବତ ପ୍ରକ୍ରିୟା ଆରମ୍ଭ

ତିରୁବନ୍ତପୁରମ୍: କେରଳ ହାଇକୋର୍ଟଙ୍କ ଭର୍ତ୍ସନା ପରେ ରାଜସ୍ୱ ବିଭାଗ ନିଷିଦ୍ଧ ସଂଗଠନ ପିଏଫ୍ଆଇର ନେତା ତଥା କାର୍ଯ୍ୟାଳୟର ଅଧିକାରୀଙ୍କ ସମ୍ପତ୍ତି ଜବତ କରିବା ଆରମ୍ଭ କରିଛି । ଏହି ସଂଗଠନର ରାଜ୍ୟ ସଚିବ ଅବଦୁଲ ସତ୍ତାର ଏବଂ ଅନ୍ୟ କାର୍ଯ୍ୟାଳୟର ଅଧିକାରୀଙ୍କ ସମ୍ପତ୍ତି ଜବତ କରିବାକୁ କେରଳ ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଗତ ବର୍ଷ ସେପ୍ଟେମ୍ବର ୨୩ ରେ, ଏହି ସଂଗଠନର ନିଷେଧାଦେଶ ବିରୋଧରେ କେରଳର ହୋଇଥିବା ଆନେ୍ଦାଳନ ଯୋଗୁଁ ଜନସାଧାରଣଙ୍କ ବହୁ ସଂପତ୍ତି ନଷ୍ଟ ହୋିଥିଲା । ଏହି ମାମଲାର ଶୁଣାଣି କରି କେରଳ ହାଇକୋର୍ଟର ଡିଭିଜନ୍ ବେଞ୍ଚ ଏହି କ୍ଷତି ପାଇଁ ୫ କୋଟି ଟଙ୍କା ଜମା କରିବାକୁ ନିଦେ୍ର୍ଦଶ ଦେଇଥିଲେ । କିନ୍ତୁ ଧାର୍ଯ୍ୟ ସମୟ ମଧ୍ୟରେ ଏହି ରାଶି ଜମା କରାଯାଇ ନାହିଁ । ଏହା ପରେ କୋର୍ଟ ନିଷିଦ୍ଧ ପିଏଫ୍ଆଇକୁ ରାଜ୍ୟ ସଚିବଙ୍କ ସମେତ ଅନ୍ୟ ପଦାଧିକାରୀଙ୍କ ସଂପତ୍ତି ଜବତ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ବୁଧବାର ଶୁଣାଣି ସମୟରେ କୋର୍ଟ ରାଜସ୍ୱ ବିଭାଗକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଏବଂ ଜାନୁଆରୀ ୨୩ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଏହା ପରେ ରାଜସ୍ୱ ବିଭାଗ ଜବତ ପାଇଁ ନିଦେ୍ର୍ଦଶ ଜାରି କରିଛି ।

Leave a Reply