Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆମେରିକାର ହିନ୍ଦୁ ମନ୍ଦିରରୁ ଚୋରି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆମେରିକାର ହିନ୍ଦୁ ମନ୍ଦିରରୁ ଚୋରି


ଟେକ୍ସାସ୍: ଆମେରିକାର ଟେକ୍ସାସ୍ରେ ଏକ ହିନ୍ଦୁ ମନ୍ଦିରରୁ ଚୋରି ଘଟଣା ସାମ୍ନାକୁ ଆସିଛି । ଏହାକୁ ନେଇ ସେଠାରେ ବସବାସ କରୁଥିବା ଭାରତୀୟ ସମୁଦାୟ ଅସନ୍ତୋଷବ୍ୟକ୍ତ କରିଛନ୍ତି । କୁହାଯାଉଛି ଚୋରମାନେ ମନ୍ଦିରରୁ ମୂଲ୍ୟବାନ ସାମଗ୍ରୀ ଚୋରି କରିନେଇଛନ୍ତି । ହିନ୍ଦୁ ସମୁଦାୟ ଲୋକମାନେ ଏହି ପ୍ରସଙ୍ଗକୁ ଅତି ଗୁରୁତର ସହ ବିଚାର କରିବା ସହ ଏହା ତାଙ୍କ ଉପରେ ଆକ୍ରମଣ ବୋଲି ବିବେଚନା କରିଛନ୍ତି । ୧୧ ଜାନୁଆରୀରେ ଶ୍ରୀଓଁକାରନାଥ ମନ୍ଦିରରୁ ଚୋରି ହୋଇଥିବା ଜଣାଯାଇଛି । ତେବେ ଏହି ଘଟଣାକୁ ଅତି ଗୁରୁତର ସହ ବିଚାର କରାଯାଇ ମନ୍ଦିରକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଛି ବୋଲି ମନ୍ଦିରର ବୋର୍ଡ ସଦସ୍ୟ ମିଡିଆକୁ ସୂଚନା ଦେଇଛନ୍ତି । ଚୋର ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇପାରିନାହିଁ ।

Leave a Reply