Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବେଲୁଚିସ୍ତାନକୁ ଚୀନ ନିକଟରେ ବନ୍ଧା ପକାଇଛି ପାକିସ୍ତାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବେଲୁଚିସ୍ତାନକୁ ଚୀନ ନିକଟରେ ବନ୍ଧା ପକାଇଛି ପାକିସ୍ତାନ


ଇସ୍ଲାମାବାଦ : ଋଣଗ୍ରସ୍ତ ପାକିସ୍ତାନର ସରକାର ଖଣିଜ ସଂପଦରେ ପରିପୂର୍ଣ୍ଣ ବେଲୁଚିସ୍ତାନକୁ ଚୀନ ହାତକୁ ଟେକିଦେଇଛନ୍ତି । ବେଲୁଚ୍ ଜନତା ଉକôଟ ଦାରିଦ୍ର୍ୟ ମଧ୍ୟରେ ବଞ୍ଚୁଥିବାବେଳେ ଚୀନ ଏହି ରାଜ୍ୟର ବହୁମୂଲ୍ୟ ଖଣିଜ ସଂପଦ ଲୁଟ କରିବାରେ ଲାଗିଛି । ଏହାକୁ ନେଇ ବେଲୁଚିସ୍ତାନରେ ଲୋକମାନେ ଆନେ୍ଦାଳନ କରିବା ଆରମ୍ଭ କରିଦେଇଛନ୍ତି । ବେଲୁଚିସ୍ତାନ ପାକିସ୍ତାନର ଏକ ପଛୁଆ ଅଞ୍ଚଳ ହୋଇଥିଲେ ବି ଏହା ଗ୍ୟାସ ଏବଂ ଅନେକ ମୂଲ୍ୟବାନ ଧାତୁର ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ । କିନ୍ତୁ ଚୀନ ଋଣ ଜାଲରେ ପଡ଼ିଥିବା ପାକିସ୍ତାନ ସରକାର ଏଠାରେ ଥିବା ସୁନା, ରୁପା, ତମ୍ବା ଖଣିରୁ ବିପୁଳ ଲାଭ କମାଉଛନ୍ତି । ୨୦୨୧ରେ ଚୀନ କମ୍ପାନିମାନେ ଏସବୁ ଖଣିରୁ ପ୍ରାୟ ୭୫ ନିୟୁତ ଡଲାର ଲାଭ କମାଇଥିଲେ । କିନ୍ତୁ ଏହି ଲାଭର କୌଣସି ସୁଫଳ ସ୍ଥାନୀୟ ଲୋକଙ୍କୁ ମିଳୁନାହିଁ । ଲୋକମାନେ ଉକôଟ ଦାରିଦ୍ର୍ୟ ଓ କ୍ଷୁଧା ମଧ୍ୟରେ ବଞ୍ଚୁଛନ୍ତି । ବେଲୁଚିସ୍ତାନରେ ଚୀନର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ) ଏବଂ ସିପିଇସି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ଏହି ବାହାନାରେ ଚୀନ ଲୁଟ କରିଚାଲିଛି । ଏପରିକି ସମୁଦ୍ରରୁ ମାଛ ମାରିବା ଉପରେ ବି ରୋକ ଲଗାଇଦେଇଛି ଚୀନ । ଚୀନର ଟ୍ରଲରମାନେ ସମୁଦ୍ରରୁ ମାଛ ଲୁଟ କରିନେଉଛନ୍ତି । ଏହା ବେଲୁଚିସ୍ତାନର ମତ୍ସଜୀବୀଙ୍କ ଜୀବୀକାକୁ ପ୍ରଭାବିତ କରିଛି । ଏହାକୁ ନେଇ ସେଠାରେ ନିୟମିତ ଆନେ୍ଦାଳନ ଚାଲିଛି ।

Leave a Reply