Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୁଣି ପୁରୁଣା ସଂଗୀତ ଗାଇଲା ପାକିସ୍ତାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୁଣି ପୁରୁଣା ସଂଗୀତ ଗାଇଲା ପାକିସ୍ତାନ


କରାଚୀ: କାଙ୍ଗାଳ ପାକିସ୍ତାନର କାଶ୍ମୀର ପ୍ରଳାପ । କହିବାର ଅର୍ଥ ହେଉଛି ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଥିବା ପାକିସ୍ତାନ ନିଜ ଦେଶ କଥା ଚିନ୍ତା କରିବା ଦୂରର କଥା ବରଂ କାଶ୍ମୀରକୁ ନେଇ ପାକିସ୍ତାନବାସୀଙ୍କୁ ଭୂଅାଁଇବାରେ ଲାଗିଛି । ପାକିସ୍ତାନର ଆର୍ଥôକ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । ଦେଶର ଅର୍ଥନୈତିକ ସ୍ଥିତିକୁ ଆକଳନ କରାଯାଇପାରିବ ଯେ ସେଠାରେ ଗୋଟିଏ ୟୁନିଟ୍ ବିଦ୍ୟୁତ୍ ମୂଲ୍ୟ ୪୩ଟଙ୍କା ରହିଛି । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ମୂଲ୍ୟ ଆକାଶଛୁଆଁ ହେଉଛି । ପାକିସ୍ତାନର ଲୋକଙ୍କୁ ମୂଲ୍ୟଠାରୁ ଅଧିକ ଟଙ୍କା ଦେବାକୁ ପଡିବ । ପାକିସ୍ତାନର ଖବରକାଗଜ ‘ଡନ୍’ର ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ବିଦ୍ୟୁତ୍ ଶକ୍ତି ନିୟାମକ ପ୍ରାଧିକରଣ କରାଚି ସହରରେ ବିଦ୍ୟୁତ୍ ୟୁନିଟ୍ ୩ଟଙ୍କା ୩୦ ପଇସା ବୃଦ୍ଧି କରିଛନ୍ତି । ଅନ୍ୟପକ୍ଷରେ ବିଭିନ୍ନ ଉପଭୋକ୍ତା ବର୍ଗର ବିଦ୍ୟୁତ୍ ହାର ୧.୪୯ ରୁ ୪.୪୬ ଟଙ୍କାକୁ ବୃଦ୍ଧି କରାଯାଇଛି । ବିଦ୍ୟୁତ୍ ହାର ବୃଦ୍ଧି ପରେ ସେଠାରେ ଥିବା ଗ୍ରାହକଙ୍କୁ ୟୁନିଟ୍ ପିଛା ୪୩ ଟଙ୍କା ଦେବାକୁ ପଡିବ । ପାକିସ୍ତାନରେ ବିଦ୍ୟୁତ୍ ମୂଲ୍ୟରେ ଅସମ୍ଭବ ବୃଦ୍ଧି ପରେ ପାକିସ୍ତାନବାସୀଙ୍କ ପାଇଁ ଏହା ବୋଝ ଉପରେ କରୋଡ଼ ସଦୃଶ ହୋଇଛି ।ତେବେ ସରକାର ଏହା ଉପରେ ପାୱାର କମ୍ପାନୀମାନଙ୍କୁ ୧୮ ଟଙ୍କା ସବସିଡି ମଧ୍ୟ ଦେଉଛନ୍ତି । ଏହା ସତ୍ତ୍ୱେ ବି ସାଧାରଣ ଜନତା ବିଦୁ୍ୟତ୍ ଦେୟ କ୍ଷେତ୍ରରେ ଦହଗଞ୍ଜ ହେଉଛନ୍ତି । ଗତ ମାସରେ ପାକିସ୍ତାନ ସରକାର ରାତି ଆଠଟା ସୁଦ୍ଧା ବଜାର, ରେଷ୍ଟୁରାଣ୍ଟ ଏବଂ ମଲ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ପାକିସ୍ତାନର ଲୋକମାନେ ଅସୁବିଧା ଭୋଗ କରିଥିଲେ । ପାକିସ୍ତାନ ତୁଳନାରେ ଭାରତରେ ବିଦ୍ୟୁତ୍ ହାର ୟୁନିଟ୍ ପିଛା ୨୫ ଟଙ୍କା କମ୍ ରହିଛି । ପାକିସ୍ତାନର ଲୋକମାନେ ସର୍ବଦା ନୂଆ ନୂଆ ସମସ୍ୟାର ସମ୍ମୁଖୀନ ହୋଇଚାଲିଛନ୍ତି । ନିକଟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସାଉଦି ଆରବରୁ ୧୦ ବିଲିୟନ ଡଲାର ଋଣ ମାଗିଛନ୍ତି । ବର୍ତ୍ତମାନ ପାକିସ୍ତାନର ୧୦୦ ବିଲିୟନ ଡଲାରର ଋଣଭାର ରହିଛି । ଏହା ପରେ ପାକିସ୍ତାନ ଲଗାତାର ବିଶ୍ୱ ବ୍ୟାଙ୍କ, ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ରୁ ଋଣ ଦାବି କରୁଛି । ଏହି ଋଣ ସମ୍ପର୍କରେ ବିଶ୍ୱ ବ୍ୟାଙ୍କ ନିକଟରେ ପାକିସ୍ତାନକୁ ବଡ଼ ଝଟକା ଦେଇଛି । ବିଶ୍ୱ ବ୍ୟାଙ୍କ ପାକିସ୍ତାନକୁ ୧.୧ ବିଲିୟନ ଡ଼ଲାର ଋଣ ସ୍ଥଗିତ ରଖିଛି । ଏତେସବୁ ସମସ୍ୟାରେ ଗତି କରୁଥିବା ପାକିସ୍ତାନ ନିଜର ଆର୍ଥିକ ଦୁର୍ବଳତାକୁ ଲୁଚାଇବାକୁ ଚେଷ୍ଟା କରି ଜନତାଙ୍କ ଧ୍ୟାନ ଏଥିରୁ ହଟାଇବାକୁ ଚାହୁଁଛନ୍ତି । ସେଥିପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ୍ କାଶ୍ମୀର ସମସ୍ୟାକୁ ପ୍ରସଙ୍ଗ କରି ପାକିସ୍ତାନବାସୀଙ୍କୁ ଭୂଅାଁ ବୁଲାଇ ଚାଲିଛନ୍ତି । ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ୟୁକ୍ରେନକୁ କାଶ୍ମୀର ସହ ତୁଳନା କରିଛନ୍ତି । ମନ୍ତ୍ରୀ ହିନା ରବାନୀ ଖାନ୍ ମଧ୍ୟ କାଶ୍ମୀ କାଶ୍ମୀର ପ୍ରସଙ୍ଗ ଉଠାଇ ଅନେକ ଥର ବିବାଦୀୟ ବିବୃତ୍ତି ଦେଇଛନ୍ତି । ନିକଟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଥିଲେ ଯେ ଆମେ କାଶ୍ମୀର ଛାଡି ପାରିବୁ ନାହିଁ ।

Leave a Reply