Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନ ସହିତ ସ୍ୱାଭାବିକ ସମ୍ପର୍କ ଚାହୁଁଛୁ, କିନ୍ତୁ ଭାରତ ସର୍ବଦା ଚାହୁଁଛି ଯେ ଆତଙ୍କବାଦ ଲୋପ ପାଉ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନ ସହିତ ସ୍ୱାଭାବିକ ସମ୍ପର୍କ ଚାହୁଁଛୁ, କିନ୍ତୁ ଭାରତ ସର୍ବଦା ଚାହୁଁଛି ଯେ ଆତଙ୍କବାଦ ଲୋପ ପାଉ


ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଦ ସରିଫଙ୍କ ଶାନ୍ତି ପ୍ରସ୍ତାବ ଉପରେ ଭାରତର ପ୍ରତିକ୍ରିୟା ଆସିଛି । ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭାରତ ନିଜର ପଡ଼ୋଶୀମାନଙ୍କ ସହ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଚାହୁଁଛି । କିନ୍ତୁ ପ୍ରଥମେ ବାତାବରଣକୁ ଆତଙ୍କମୁକ୍ତ କରିବାକୁ ହେବ । ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଆତଙ୍କବାଦ ଦୂର ନହେବା ପର୍ଯ୍ୟନ୍ତ କୌଣସି ଆଲୋଚନା ହେବ ନାହିଁ । ଆମେ ମଧ୍ୟ ପାକିସ୍ତାନ ସହିତ ସ୍ୱାଭାବିକ ସମ୍ପର୍କ ଚାହୁଁଛୁ, କିନ୍ତୁ ଭାରତ ସର୍ବଦା ଚାହୁଁଛି ଯେ ଆତଙ୍କବାଦ ଲୋପ ପାଉ । ନିକଟରେ ସରିଫ କହିଥିଲେ ଯେ ସେ ଭାରତ ସହିତ ଶାନ୍ତି ଚାହୁଁଛନ୍ତି । ତାଙ୍କ ଦେଶ ଭାରତ ସହିତ ୩ଟି ଯୁଦ୍ଧ ଲଢି ଏକ ଶିକ୍ଷା ପାଇଛି । ଏବେ ପାକିସ୍ତାନ ଭାରତ ସହ ଶାନ୍ତି ପୂର୍ଣ୍ଣ ସହାବସ୍ଥାନ ଚାହୁଁଛି । କଶ୍ମୀର ସମେତ ବିଭିନ୍ନ ପ୍ରସଙ୍ଗର ସମାଧାନ ବାହାର କରିବାକୁ ପାକିସ୍ତାନ ଚାହୁଁଛି ବୋଲି ସେ କହିଥିଲେ । ଏହା ମଧ୍ୟ କହିଥିଲେ ଯେ ଦୁଇ ପଡ଼ୋଶୀ ଦେଶ ବୋମା ଏବଂ ଗୋଳାବାରୁଦରେ ସେମାନଙ୍କର ସମ୍ବଳ ନଷ୍ଟ କରିବା ଉଚିତ୍ ନୁହେଁ । ଭାରତ ସହ ଆଲୋଚନା ପାଇଁ ୟୁଏଇ ମଧ୍ୟସ୍ଥି ହେଉ ବୋଲି ସେ କହିଥିଲେ । କିନ୍ତୁ ଏହି ବୟାନ ଦେବାର କିଛି ସମୟ ପରେ ସେ ସେଥିରୁ ଓହରି ଯାଇ କହିଥିଲେ ଯେ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଭାରତ ସହ ଆଲୋଚନା ସମ୍ଭବ ନୁହେଁ ।

Leave a Reply