Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗ୍ରାମାଂଚଳରେ ୯୮.୪% ପିଲା ସ୍କୁଲ ଯାଉଛନ୍ତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗ୍ରାମାଂଚଳରେ ୯୮.୪% ପିଲା ସ୍କୁଲ ଯାଉଛନ୍ତି


ନୂଆଦିଲ୍ଲୀ: ଦେଶର ଗ୍ରାମୀଣ ଇଲାକାରେ ଶିକ୍ଷାର ନୂଆ ଚିତ୍ର ସାମ୍ନାକୁ ଆସିଛି । ଗ୍ରାମାଳରେ ଏବେ ୯୮.୪ ପ୍ରତିଶତ ପିଲା ସ୍କୁଲ ଯାଉଛନ୍ତି । ପ୍ରଥମଥର ପାଇଁ ଏହି ସଂଖ୍ୟା ୯୮ ପ୍ରତିଶତ ଉପରକୁ ଉଠିଛି । ୨୦୧୮ ମସିହାରେ ଏହି ସଂଖ୍ୟା ଥିଲା ୯୭.୨ ପ୍ରତିଶତ । ରିପୋର୍ଟରେ ଜଣାଯାଇଛି ଯେ ଘରୋଇ ସ୍କୁଲ୍ରେ ଆଡ୍ମିଶନ ନେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି । ଅନ୍ୟପକ୍ଷରେ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପୂର୍ବାପେକ୍ଷା ବଢ଼ିଥିବା ଜଣାଯାଇଛି । ୪ ବର୍ଷ ପୂର୍ବରୁ ଅର୍ଥାତ ୨୦୧୮ରେ ଘରୋଇ ସ୍କୁଲରେ ୩୦.୯ ପ୍ରତିଶତ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ କିନ୍ତୁ ୨୦୨୨ରେ ଏହା ୨୫ ପ୍ରତିଶତକୁ ଖସିଆସିଛି । ସରକାରୀ ସ୍କୁଲରେ ୬-୧୪ ବର୍ଷ ବୟସର ଆଡ୍ମିଶନ୍ ନେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏବେ ୭୨.୯ ପ୍ରତିଶତ ହୋଇଥିବାବେଳେ ୨୦୧୮ରେ ଏହା ୬୬ ପ୍ରତିଶତ ଥିଲା । ସେହିପରି ଦେଶରେ ସ୍କୁଲ୍ରେ ଶିକ୍ଷୟ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ବି ସୁଧାର ଆସିଛି । ୨୦୨୨ରେ ଉପସ୍ଥିତି ସଂଖ୍ୟା ୮୭ ପ୍ରତିଶତ ରେକର୍ଡ କରାଯାଇଥିବା ବେଳେ ୨୦୧୮ରେ ଏହା ୮୫.୪ ପ୍ରତିଶତ ଥିଲା । ଛାତ୍ରଛାତ୍ରୀଙ୍କ ଉପସ୍ଥିତି ସଂଖ୍ୟା ବି ବୃଦ୍ଧି ପାଇଁ ୭୨ ପ୍ରତିଶତରେ ପହଁଚୁଛି । ୭ରୁ ୧୦ ବର୍ଷ ବୟସର ଛାତ୍ରଛାତ୍ରୀ ସବୁଠୁ ଅଧିକ ୯୯% ଆଡ୍ମିଶନ୍ ନେଇଥିବା ବେଳେ ୧୧ରୁ ୧୪ ବର୍ଷର ଛାତ୍ରଛାତ୍ରୀ ୯୮ ପ୍ରତିଶତ ଆଡ୍ମିଶନ୍ ନେଇଥିବା ଜଣାଯାଇଛି । ସେହିପରି ୨୦୨୨ରେ ୬୯ ପ୍ରତିଶତ ସ୍କୁଲ୍ରେ ଖେଳପଡ଼ିଆ ପ୍ରସ୍ତୁତ ହୋଇଥିବା ଏଥିରେ ଜଣାଯାଇଛି । ୨୦୧୮ରେ ଏହା ୬୬.୫ ପ୍ରତିଶତ ଥିଲା । ସର୍ଭେରେ ଜଣାଯାଇଛି ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କ ମା’ ଓ ୮୦ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପିତା ୫ମ ଶ୍ରେଣୀରୁ ଅଧିକ ଅଧ୍ୟୟନ କରିଛନ୍ତି ।

Leave a Reply