Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୬୦ ବର୍ଷରେ ପ୍ରଥମ ଥର କମିଲା ଚୀନର ଜନସଂଖ୍ୟା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୬୦ ବର୍ଷରେ ପ୍ରଥମ ଥର କମିଲା ଚୀନର ଜନସଂଖ୍ୟା

ନୂଆଦିଲ୍ଲୀ: ୬୦ ବର୍ଷରେ ପ୍ରଥମ ଥର ପାଇଁ କମିଛି ଚୀନର ଜନସଂଖ୍ୟା । ଗତ ବର୍ଷ ଚୀନରେ ଜନ୍ମ ହାରରେ ହ୍ରାସ ଦେଖିବାକୁ ମିଳିଛି । ୨୦୨୧ ମସିହାରେ ଚୀନରେ ୧ କୋଟି ୬୩ ଲକ୍ଷ ପିଲା ଜନ୍ମ ହୋଇଥିଲେ, ଏହା ତୁଳନାରେ ୨୦୨୨ରେ ୯୫ ଲକ୍ଷ ପିଲା ଜନ୍ମ ହୋଇଥିଲେ । ଏହିପରି ୨୦୨୨ ମସିହାରେ ଚୀନରେ ଜନ୍ମ ହାର ୬.୬୭ ପ୍ରତିଶତ ହୋଇଛି । ଚୀନରେ ଜନ୍ମ ହାରର ଏହି ପରିସଂଖ୍ୟାନ ୧୯୪୯ ମସିହା ପରେ ସବୁଠୁ କମ । ଏହାସହ ଚୀନର ଜନସଂଖ୍ୟାର ମଧ୍ୟରେ ହ୍ରାସ ଦେଖିବାକୁ ମିଳିଛି । ୨୦୨୧ରେ ଚୀନର ଜନସଂଖ୍ୟା ୧.୪୧୨୬ ବିଲିୟନ ଥିଲା, ୨୦୨୨ ମସିହାରେ ଏହା ହ୍ରାସ ହୋଇ ୧.୪୧୧୮ ବିଲିୟନରେ ପହଞ୍ଚିଛି । ଅର୍ଥାତ ଗୋଟିଏ ବର୍ଷରେ ଜନସଂଖ୍ୟାରୁ ୮ ଲକ୍ଷ ୫୦ ହଜାର କମ ହୋଇଛନ୍ତି । ଚୀନ ମିଡିଆ ଅନୁସାରେ ବେଜିଂରେ ସନ୍ତାନ ଜନ୍ମ କରିବା ପରେ ଖର୍ଚ୍ଚ ବଢିଯାଉଛି । ଫଳରେ ଲୋକମାନେ ଗରିବ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି କମ ସନ୍ତାନ ଜନ୍ମ କରିବାକୁ ନିଷ୍ପତ୍ତି ନେଉଛନ୍ତି । ଏହାର ପ୍ରଭାବ ସେଠାକାର ଜନ୍ମ ହାର ଉପରେ ମଧ୍ୟ ପଡୁଛି । ମିଡିଆ ରିପୋର୍ଟ ଅନୁସାରେ ଚୀନରେ ହ୍ରାସ ପାଉଥିବା ଜନସଂଖ୍ୟା ପଛର ଏକ ମୁଖ୍ୟ କାରଣ ହେଉଛି ଚୀନର ମାନ୍ଦାବସ୍ଥା ଏବଂ କରୋନା ସମୟରେ ଲାଗୁ କରାଯାଇଥିବା କଟକଣା । ଚୀନରେ ପ୍ରଥମ ଥର ପାଇଁ ୧୯୭୯ ମସିହାରେ ୱାନ ·ଇଲ୍ଡ ପସିଲି ପ୍ରସ୍ତୁତ କରାଯାଇଥିଲା । ଏହାକୁ ଗୋଟିଏ ବର୍ଷ ପରେ ଚୀନରେ ଲାଗୁ କରାଯାଇଥିଲା । ଲଗାତାର ଜନସଂଖ୍ୟା ବୃଦ୍ଧି ଚୀନର ବିକାଶକୁ ବାଧା ପହଞ୍ଚାଇବ ବୋଲି ଚୀନକୁ ଭୟ ହୋଇଥିଲା । ଏହି ନୀତି ଜରିଆରେ ଲୋକଙ୍କୁ ପରିବାର ନିୟୋଜନ ପ୍ରତି ସଚେତନତା କରାଯାଇଥିଲା ଏବଂ ଅଧିକ ସନ୍ତାନ ଜନ୍ମ କରିବା ଉପରେ ଜରିମାନା ମଧ୍ୟ ଲାଗୁ କରାଯାଇଥିଲା ।

Leave a Reply