Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଲଟିଲା ଗୋରୁ ବୋଝେଇ କଣ୍ଟେନର, ୧୨ ମୃତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଲଟିଲା ଗୋରୁ ବୋଝେଇ କଣ୍ଟେନର, ୧୨ ମୃତ

ଜଳେଶ୍ୱର : ବେଆଇନ ଭାବେ ଗୋରୁ ଚାଲାଣ ବେଳେ ଭାରସାମ୍ୟ ହରାଇ ଏକ କଣ୍ଟେନର ଓଲଟି ପଡ଼ିବା ଫଳରେ ୧୨ ଗୋରୁଙ୍କର ମୃତୁ୍ୟ ହୋଇଛି । କଣ୍ଟେନରରେ ୨୦୦ରୁ ଊଦ୍ଧ୍ୱର୍ ଗୋରୁ ଓଡ଼ିଶାରୁ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିବାବେଳେ ବାଲେଶ୍ୱର ଜିଲ୍ଲା ଭୋଗରାଇ ୫୭ନଂ ଜାତୀୟ ରାଜପଥରେ ମହାନ୍ତି ଛକରେ ଏହି କଣ୍ଟେନରଟି ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକେ ବଞ୍ଚôଥିବା ଗୋରୁଙ୍କୁ ଉଦ୍ଧାର କରିଥିବାବେଳେ ୧୨ ଗୋରୁଙ୍କର ମୃତୁ୍ୟ ଘଟିଥିଲା । ଖବରପାଇ ମେରାଇନ୍ ଡ୍ରାଇଭ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚô ଗାଡିକୁ ଜବତ କରିବା ସହ କଣ୍ଟେନର ଡ୍ରାଇଭରକୁ ଅଟକ ରଖିଛି । ଏ ନେଇ ଜଣେ ସ୍ଥାନୀୟ ଲୋକ କହିଛନ୍ତି ଯେ, ପ୍ରଶାସନ ଜାଣତରେ ଏଭଳି ଭାବେ ବେଧଡ଼କ ଗୋରୁ ଚାଲାଣ ଚାଲୁ ରହିଛି । ଆସନ୍ତା ଦିନରେ ଆମେ ଗୋମାତାଙ୍କ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନେବୁ । ଏପରିକି ଆବଶ୍ୟକ ପଡ଼ିଲେ ଆନେ୍ଦାଳନକୁ ଓହ୍ଲାଇବୁ । ଉଲ୍ଲେଖଯୋଗ୍ୟ ଯେ, ଜାତୀୟ ରାଜପଥର ବସ୍ତା, ଜଳେଶ୍ୱର, ଭୋଗରାଇ ଓ ରାଜଘାଟରେ ଚେକ୍ଗେଟ୍ ଥିବାବେଳେ ଗୋରୁ ଦଲାଲମାନେ କିଭଳି ବେଆଇନ ଭାବେ ସୀମା ଅତିକ୍ରମ କରି ଗୋରୁ ଚାଲାଣ କରୁଛନ୍ତି ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ଏହି ପ୍ରସଙ୍ଗରେ ପୋଲିସର ଭୂମିକା ମଧ୍ୟ ସନେ୍ଦହଜନକ ବୋଲି ସେମାନେ ଅଭିଯୋଗ କରିଛନ୍ତି ।

Leave a Reply