Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମ ମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ଯୋଜନା, ଜୈଶ-ଏ-ମହମ୍ମଦ ରଚିଛି ପ୍ଲାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମ ମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ଯୋଜନା, ଜୈଶ-ଏ-ମହମ୍ମଦ ରଚିଛି ପ୍ଲାନ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଦେଶର ରାଜଧାନୀ ଦିଲୀ ସମେତ କିଛି ବଡ ବଡ ସହର ଉପରେ ନଜର ରଖିଛନ୍ତି ଆତଙ୍କବାଦୀ । ଇଣ୍ଟଲିଜେନ୍ସ ଏଜେନ୍ସିକୁ ଗୁପ୍ତ ସୂଚନାମିଳିଛି କି ଆତଙ୍କବାଦୀମାନେ ଅଯୋଧ୍ୟାର ରାମ ମନ୍ଦିରକୁ ସେମାନଙ୍କର ଟାର୍ଗେଟ କରିପାରନ୍ତି । ଏଜେନ୍ସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାମ ମନ୍ଦିରରେ ସୁଇସାଇଡ ବମ୍ବର ଜରିଆରେ ଆକ୍ରମଣ କରିବାର ଯୋଜନା କରାଯାଉଛି । ଏଜେନ୍ସିକୁ ଇନପୁଟ ମିଳିଛି କି ଆଗାମୀ କିଛି ଦିନ ମଧ୍ୟରେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ରାମ ମନ୍ଦିର ଉପରେ ଆକ୍ରମଣ କରିବାର ଯୋଜନା କରୁଛନ୍ତି । ଜୈଶ-ଏମହମ୍ମଦ ଆତଙ୍କବାଦୀ ସଙ୍ଗଠନ ଏହି ଆକ୍ରମଣର ଯୋଜନା କରିଛି । ନେପାଳ ରାସ୍ତା ଦେଇ ଭାରତରେ ସୁଇସାଇଡ ସ୍କ୍ୱାର୍ଡ ଅର୍ଥାତ୍ ଆତ୍ମଘାତି ଆକ୍ରମଣକାରୀ ପଠାଇ ଆକ୍ରମଣର ପ୍ଲାନ ପ୍ରସ୍ତୁତ କରାଯାଇଛି । ସୂଚନାଯୋଗ୍ୟ,ରାମ ମନ୍ଦିର ନିର୍ମାଣର ୫୦ ପ୍ରତିଶତ କାମ ଶେଷ ହୋଇଗଲାଣି । ଏଠାରେ ସୁରକ୍ଷା ବି କଡା କଡି ରଖାଯାଇଛି । ଏବେ ଏହି ସୂଚନା ମିଳିବା ପରେଉତ୍ତର ପ୍ରଦେଶ ପୋଲିସ ଆହୁରି ଆଲର୍ଟ ହୋଇଯାଇଛି ।

Leave a Reply