Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୧% ଧନୀଙ୍କ ପାଖରେ ଦେଶର ୪୦% ସମ୍ପତ୍ତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୧% ଧନୀଙ୍କ ପାଖରେ ଦେଶର ୪୦% ସମ୍ପତ୍ତ


ନୂଆଦିଲ୍ଲୀ : ଦେଶରେ ଧୀନ ଏବଂ ଗରିବଙ୍କ ମଧ୍ୟରେ ତାରତମ୍ୟ ବଢ଼ିଛି? ଦେଶରେ ଧନିକଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାର ପ୍ରମାଣ ହେଉଛି ଦୁନିଆର ଧନୀ ବ୍ୟକ୍ତିଙ୍କ ତାଲିକାରେ ଭାରତୀୟଙ୍କ ବଢ଼ୁଥିବା ସଂଖ୍ୟା । ତେବେ ଏହାରି ଭିତରେ ଦେଶର ଅର୍ଥନୀତିକୁ ନେଇ ଚକିତା କଲା ଭଳି ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟରୁ ଜଣାପଡିଛି ଯେ, ଭାରତର ୧% ଧନୀ ବ୍ୟକ୍ତିଙ୍କ ପାଖରେ ଦେଶର ମୋଟ ସମ୍ପତ୍ତିର ୪୦%ରୁ ଅଧିକ ଅଂଶ ରହିଛି । ଅନ୍ୟପଟେ ଜନସଂଖ୍ୟାର ପ୍ରାୟ ଅଧା ମାତ୍ର ୩% ସମ୍ପତ୍ତିରେ ଜୀବନ ବିତାଉଛନ୍ତି । ଅକ୍ସଫମ ଇଣ୍ଟରନ୍ୟାସନାଲ ବିଶ୍ୱ ଆର୍ଥିକ ମଞ୍ଚର ବାର୍ଷିକ ବୈଠକର ଗୋଟିଏ ଦିନ ପୂର୍ବରୁ ନିଜର ବାର୍ଷିକ ଓ ଅସମାନତା ରିପୋର୍ଟ ଜାରି କରିଛି । ଏଥିରେ କୁହାଯାଉଛି ଯେ, ଭାରତର ୧୦ ସବୁଠୁ ଧନୀ ବ୍ୟକ୍ତିଙ୍କ ଉପରେ ୫% ଟିକସ ଲଗାଇଲେ ପିଲାଙ୍କୁ ପୁଣି ଥରେ ସ୍କୁଲକୁ ଆଣିବା ପାଇଁ ଧନରାଶି ମିଳିପାରିବ ।ଏହି ରିପୋର୍ଟକୁ ସର୍ବାଇଭଲ ଅଫ୍ ଦ ରିଚେଷ୍ଟ ଶୀର୍ଷକରେ ପ୍ରକାଶ କରାଯାଇଛି । ଏଥିରେ କୁହାଯାଇଛି ଯେ, ଦେଶର ଶୀର୍ଷ ବିଲେନିୟରଙ୍କ ମଧ୍ୟରେ ସାମିଲ ଗୌତମ ଅଦାନୀଙ୍କ ୨୦୧୭- ୨୦୨୧ ମଧ୍ୟରେ ଆୟ ଉପରେ ଥରେ ଟିକସ ଲଗାଇ ୧.୭୯ ଲକ୍ଷ କୋଟି ଟଙ୍କା ସଂଗ୍ରହ ହୋଇପାରିବ । ଏହି ରାଶିରେ ଗୋଟିଏ ବର୍ଷ ପାଇଁ ପାଞ୍ଚ ମିଲିୟନରୁ ଅଧିକ ଭାରତୀୟ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ରୋଜଗାର ମିଳିପାରିବ । ଅକ୍ସଫମ ରିପୋର୍ଟ ଅନୁସାରେ, ଯଦି ଭାରତୀୟ ବିଲେନିୟରଙ୍କ ମୋଟ ସମ୍ପତ୍ତି ଉପରେ ୨% ହାରରେ ଟ୍ୟାକ୍ସ ଲଗାଯାଏ ତେବେ ଆସନ୍ତା ତିନି ବର୍ଷରେ ଦେଶରେ କୁପୋଷଣ ଦୂର କରିବା ପାଇଁ ୪୦,୪୨୩ କୋଟି ଟଙ୍କା ସଂଗ୍ରହ କରାଯାଇ ପାରିବ । ଦେଶର ସବୁଠୁ ଧନୀ ୧୦ ବିଲେନିୟରଙ୍କ ଉପରେ ୫% ଗୋଟିଏ ଥର ଟ୍ୟାକ୍ସ (୧.୩୭ ଲକ୍ଷ କୋଟି ଟଙ୍କା) ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ (୮୬,୨୦୦ କୋଟି ଟଙ୍କା) ଏବଂ ଆୟୁଷ ମନ୍ତ୍ରାଳୟର (୩,୦୫୦ କୋଟି ଟଙ୍କା) ଠାରୁ ୧.୫ ଗୁଣା ଅଧିକ ଅଟେ । ଲିଙ୍ଗଗତ ଅସମାନତାର ଉଲ୍ଲେଖ କରି ରିପୋର୍ଟ କୁହାଯାଇଛି ଯେ, ମହିଳା ଶ୍ରମିକଙ୍କୁ ପୁରୁଷ କର୍ମୀଙ୍କ ୧ ଟଙ୍କା ତୁଳନାରେ ୬୩ ପଇସା ମିଳୁଛି । ଅକ୍ସଫମ ନିଜ ରିପୋର୍ଟରେ କହିଛି ଯେ, କରୋନା ମହାମାରୀ ଆରମ୍ଭ ହେବା ପରଠୁ ୨୦୨୨ ନଭେମ୍ବର ସୁଦ୍ଧା ଭାରତରେ ବିଲେନିୟରମାନେ ନିଜ ସମ୍ପତ୍ତିରେ ୧୨୧% ଅର୍ଥାତ ୩,୬୦୮ କୋଟି ଟଙ୍କା ବୃଦ୍ଧି କରିଛନ୍ତି । ଅକ୍ସଫମ ନିଜ ରିପୋର୍ଟରେ କହିଛି ଯେ, ଭାରତରେ ବିଲେନିୟରଙ୍କ ମୋଟ ସଂଖ୍ୟା ୨୦୨୦ ମସିହାର ୧୦୨ରୁ ବଢ଼ି ୨୦୨୨ରେ ୧୬୬ ହୋଇଛି । ଭାରତର ୧୦୦ ସବୁଠୁ ଧନୀ ବ୍ୟକ୍ତିଙ୍କ ମିଳିତ ସମ୍ପତ୍ତି ୬୬୦ ବିଲିୟନ ଆମେରିକୀୟ ଡଲାର (୫୪.୧୨ଲକ୍ଷ କୋଟି ଟଙ୍କା) ହୋଇଛି ।

Leave a Reply