Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କୁଟାସିଂହାଠାରେ ମକର ଉତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କୁଟାସିଂହାଠାରେ ମକର ଉତ୍ସବ

ବଲାଙ୍ଗିର : ଆଗଲପୁର ବ୍ଲକ୍ର କୁଟାସିଂହାଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଦ୍ୱାରା ପବିତ୍ର ମକରସଂକ୍ରାନ୍ତି ଉତ୍ସବ ମହାସମାରୋହରେ ପାଳିତ ହେଇଯାଇଛି । କେଶବ ସଂଯୁକ୍ତ ବିଦ୍ୟାର୍ଥୀ ଶାଖା ଦ୍ୱାରା ଆୟୋଜିତ ଏହି ଉତ୍ସବରେ ବଲାଙ୍ଗିର ଜିଲ୍ଲାର ସହ- ଜିଲ୍ଲା କାର୍ଯ୍ୟବାହ ଯୋଗୀନ୍ଦ୍ର ଦାଶ ଯୋଗଦେଇ ମକରସଂକ୍ରାନ୍ତିକୁ ସମରସତାର ମହାନ୍ ପର୍ବ ବୋଲି କହିଥିଲେ । ଏହି ଅବସରରେ ମୁଖ୍ୟଶିକ୍ଷକ ମାନସ ପଧାନ ଅତିଥି ପରିଚୟ କରିଥିଲେ । ଉତ୍ସବ ଶେଷରେ ମକରସଂକ୍ରାନ୍ତିର ମହାପ୍ରସାଦ, ମକର·ଉଳ, ରାଶିଲଡୁ ଆଦି ବଣ୍ଟନ କରାଯାଇଥିଲା । ଧନ୍ୟବାଦ ଅର୍ପଣ କରିଥିଲେ ପ୍ରସେନଜିତ୍ ବେହେରା । ଅନ୍ୟ ମାନଙ୍କ ମଧ୍ୟରେ ଆୟୁଷ ପଧାନ, ଶ୍ରୀତମ ବିଶ୍ୱାଲ, ରାଜୁ ପାତ୍ର, ସଂକେତ ବିଶ୍ୱାଲ, ସମୀର ସାହୁ, ଶକ୍ତି ପାତ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply