Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାମନଘାଟୀ ଶିଳ୍ପ ମଜଦୁର ସଂଘ ପକ୍ଷରୁ ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାମନଘାଟୀ ଶିଳ୍ପ ମଜଦୁର ସଂଘ ପକ୍ଷରୁ ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା


ରାଇରଙ୍ଗପୁର : ମୟୂରଭଂଜ ମେଟାଲସ୍ କାରଖାନାରେ କର୍ମଚାରୀ ତଥା ଶ୍ରମିକମାନଙ୍କର ଫାଇନାଲ ସେଟେଲମେଂଟ ନ ଦେବାରୁ ବାମନଘାଟୀ ଶିଳ୍ପ ମଜଦୁର ସଂଘ ସହବନ୍ଧିତ ମେଟାଲସ୍ ଲିମିଟେଡ ଶ୍ରମିକ ସଂଘ ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଜାନୁୟାରୀ ୧୪ତାରିଖ ଦିନ ଦଶଟାରୁ ଚାରିଟା ପର୍ଯ୍ୟନ୍ତ ଧାରଣାରେ ବସିଥିଲେ । ଉପଜିଲ୍ଲାପାଳ ସରୋଜ କୁମାର ଦାସ ଓ ସହ ଶ୍ରମ ଅଧିକାରୀ ନିରଂଜନ ନାଏକ ,ଶ୍ରମିକ ନେତା ନିଗମାନନ୍ଦ ପଟ୍ଟନାୟକ ଏକତ୍ର ବସି ଶ୍ରମିକମାନଙ୍କର ବିଷୟରେ ମିଳିତ ଆଲୋଚନା କରାଯାଇଥିଲା । ଏଥିରେ ବି ଏମ୍ ଏସ୍ ର ଜିଲ୍ଲା ସଭାନେତ୍ରୀ ସରସ୍ୱତୀ ଟୁଡୁ ମକର ପୂର୍ବରୁ ଏମାନଙ୍କୁ ଟଙ୍କା ମିଳୁ ବୋଲି ଉଲ୍ଲେଖ କରିଥିଲେ । ଏଥିରେ କାରଖାନା ଅଧିକାରୀ ବିଳମ୍ବ କରୁଥିବାରୁ ଶ୍ରମ ବିଭାଗ ଶ୍ରମିକଙ୍କୁ କୋର୍ଟ ର ଆଶ୍ରୟ ନେବାକୁ ପରାମର୍ଶ କେତେ ଦୂର ଯୁକ୍ତିଯୁକ୍ତ ବୋଲି ଶ୍ରମିକ ନେତା ପଚାରିଥିଲେ ଏବଂ ଜାଣିଶୁଣି ମାଲିକଙ୍କୁ ଘଂଟ ଘୋଡାଉଛନ୍ତି ବୋଲି ଅଭିଯୋଗ ହେଉଛି । କାରଖାନା ଅଧିକାରୀ ହାତଗଣତି ଅଳ୍ପ କେତେକଙ୍କୁ ଅର୍ଥ ଦେଇ ଥିଲେ ମଧ୍ୟ ଆହୁରି ବହୁ କର୍ମୀ କଅଣ ଦୋଷ କଲେ ଯେ ତାଙ୍କ ପ୍ରାପ୍ୟ ମିଳୁ ନାହିଁ ବୋଲି ଶ୍ରମିକ ନେତା ପ୍ରଶ୍ନ କରିଥିଲେ ।ସେଟେଲମେଣ୍ଟ ଅର୍ଥ ତିନି ମାସ ରେ ଦେବାକୁ ଚୁକ୍ତି ସ୍ୱାକ୍ଷର କରିଥିଲେ ମଧ୍ୟ ବର୍ଷେ ହେବାକୁ ଯାଉଛି ଟଙ୍କା ନ ଦେବାରୁ ଶ୍ରମିକ ମାନେ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଟଙ୍କା ଦେବା ନିଷ୍ପତି ବାରମ୍ବାର ଫେଲ ହେଉଥିବାରୁ ବାଧ୍ୟ ହୋଇ ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ଙ୍କୁ ଜଣାଇଲେ ମଧ୍ୟ ସେମାନେ ଅଣଦେଖା କରି ଶ୍ରମିକମାନଙ୍କୁ ଡାକିବା ତ ଦୂରର କଥା ଏ ପ୍ରସଙ୍ଗରେ ଆଲୋଚନା ପାଇଁ ମଧ୍ୟ ଡାକୁନାହାନ୍ତି । ଏହି କାର୍ଯ୍ୟକ୍ରମରେ ସଂପାଦକ ଡମନ ଚରଣ ମୁର୍ମୁ, ସୁକୁରାଜ ମହାନ୍ତ, ଗିରିଧାରୀ ମହାନ୍ତ, ଜଗେନ୍ଦ୍ର ମହାନ୍ତ,ଭାରତୀ ମହାନ୍ତ, କ୍ଷିତିଶ ଚନ୍ଦ୍ର ଆଚାର୍ଯ୍ୟ, ପ୍ରହ୍ଲାଦ ମହାନ୍ତି,ଖାପରା ମାର୍ଣ୍ଡି, ଚିତା ମୁର୍ମୁ ସମେତ ଚାଳିଶ ରୁ ଉର୍ଦ୍ଧ ଶ୍ରମିକ ଯୋଗ ଦେଇଥିଲେ ।ଶ୍ରମିକମାନେ କେଶ କଲେ ମାଲିକଙ୍କ ସୁହାଇବ କାରଣ ତାରିଖ ପରେ ତାରିଖ ହେବ, ଯାହା ଫଳରେ ଚାରି ବର୍ଷ ହେବ ଦୟନୀୟ ଅବସ୍ଥାରେ ଶ୍ରମିକମାନେ କାଳାତିପାତ କରୁଛନ୍ତି ।ଏହାର ଅତି ଶ୍ରୀଘ୍ର ସମାଧାନ କରିବାକୁ ସେମାନେ ଉପଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ ।ସହ ଶ୍ରମ ଅଧିକାରୀ ଖୁର୍ବ ଶିଘ୍ର ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ସହ କଥା ହୋଇ ତାରିଖ ଧାର୍ଯ୍ୟ କରି କାରଖାନା ଅଧିକାରୀଙ୍କୁ ଡାକି କଥାବାର୍ତ୍ତା ହେବେ ବୋଲି କହିବା ପରେ ଶ୍ରମିକ ନେତା ଧାରଣା ସ୍ଥାନରୁ ଉଠିଥିଲେ ।

Leave a Reply