ଡେଲାଙ୍ଗ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା


ଡେଲାଙ୍ଗ : ଡେଲାଙ୍ଗ ଷ୍ଟେସନ ବଜାର ଭାରତୀ ବିହାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଦ୍ୱାଦଶତମ ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ଦିନ ରେଞ୍ଚ ନିକଟସ୍ଥ ରେଳବାଇ ପଡ଼ିଆରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଡ଼ାଃ ରମେଶ ଚନ୍ଦ୍ର ବେହେରା ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରିବା ସହ ପ୍ରଦୀପ ଜାଳି ଉତ୍ସବକୁ ଉଦ୍ ଘାଟନ କରିଥିଲେ । ବାଲ୍ ବର୍ଗ,ଶିଶୁ ବାଟିକା,ଶିଶୁ ବର୍ଗ,ସର୍ବ କନିଷ୍ଠ ବର୍ଗ,କନିଷ୍ଠ ବର୍ଗ ଓ କିଶୋର ବର୍ଗ ପ୍ରତିଯୋଗୀଙ୍କ ମଧ୍ୟରେ ୫୦/ ୧୦୦/୨୦୦ ଓ ୪୦୦ ମିଟର ଦୌଡ, ଲମ୍ବ ଡିଆଁ,ଉଚ୍ଚ ଡିଆଁ,ଗୋଳା ଫିଙ୍ଗା, ଥାଳିଆ ଫିଙ୍ଗା,୮୦ମିଟର ବାଧା ଦୌଡ,୧୦୦ମିଟର ବାଧା ଦୌଡ,ଅଙ୍କ ଦୌଡ ଓ ମ୍ୟୁଜିକ୍ ଚେୟାର ସମେତ ସମୁଦାୟ ୬୬ଟି ବିଭାଗରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାମନ୍ଦିରର ସମ୍ପାଦକ କିଶୋର ପ୍ରଧାନ,ସଭାପତିଙ୍କ ପ୍ରତିନିଧି ଡ଼ଃ ବସନ୍ତ କୁମାର ଦାଶଙ୍କ ତତ୍ତ୍ୱାବଧାନରେ କ୍ରୀଡା ଉତ୍ସବ ପରିଚାଳନା କରାଯାଇଥିଲା ।ଅପରାହ୍ନରେ ଅନୁଷ୍ଠିତ ଉଦ୍ ଯାପନୀ ଉତ୍ସବରେ ଭାର ମଣ୍ଡଳ ଶିକ୍ଷା ଅଧିକାରୀ ଯୁଧିଷ୍ଠିର ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରଶଂସାପତ୍ର ବିତରଣ କରିଥିଲେ । ଶିଶୁ ବର୍ଗରେ ଶୁଭ୍ରଜିତ୍ ପରିଡ଼ା, ଅମିଷା ମହାପାତ୍ର,ବାଲ୍ ବର୍ଗରେ ଅଭିଜିତ୍ ପରିଡ଼ା,ଅର୍ଚ୍ଚିତା ଜେନା,କିଶୋର ବର୍ଗରେ ଶୁଭମ୍ ସ୍ୱାଇଁ ଏବଂ ଅନନ୍ୟା ଶୁଭ୍ରାମାନସୀ ବିଶ୍ୱାଳ ଚମ୍ପିୟାନ ଭାବେ ବିଜୟୀ ଘୋଷିତ ହୋଇଥିଲେ ।ଆଚାର୍ଯ୍ୟ ସର୍ବେଶ୍ୱର ବାରିକ ଉଦ୍ ଯାପନୀ ବିବରଣୀ ପଠନ କରିଥିଲେ ।ଏହି କ୍ରୀଡା ଉତ୍ସବକୁ ବିଦ୍ୟା ମନ୍ଦିରର ଗୁରୁମା ଟୁକୁନି ମହାପାତ୍ର,ବିଜୟ ଲକ୍ଷ୍ମୀ ନାୟକ,ଚିନ୍ମୟୀ,ମମତା,ପ୍ରଭାତୀ ଓ ପ୍ରିୟଲକ୍ଷ୍ମୀଙ୍କ ସମେତ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀଗୁରୁମା,ଅଭିମନ୍ୟୁ ସାମନ୍ତରାୟ, ଝୁନ ଭାଇନା ଓ ଟୁଲୁ ପ୍ରମୁଖ ସରସସୁନ୍ଦର ଭାବେ ପରିଚାଳନା କରିଥିଲେ ।ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ନବକିଶୋର ମହାପାତ୍ର ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *