Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନ ସରକାରଙ୍କ ବିରୋଧରେ ପିଓକେରେ ବିରୋଧ ପ୍ରଦର୍ଶନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନ ସରକାରଙ୍କ ବିରୋଧରେ ପିଓକେରେ ବିରୋଧ ପ୍ରଦର୍ଶନ

ଲାହୋର: ପାକିସ୍ତାନର ସମସ୍ୟା କମିବାର ନାମ ନେଉନାହିଁ । ଅର୍ଥôକ ଅବସ୍ଥା, ବନ୍ୟା ଓ ଖାଦ୍ୟ ସଙ୍କଟ ସହ ସଂଘର୍ଷ କରୁଥିବା ପାକିସ୍ତାନ ସାମ୍ନାରେ ଏବେ ଏକ ନୂତନ ସମସ୍ୟା ଉପୁଜିଛି । କହିବାକୁ ଗଲେ ପାକିସ୍ତାନ ଏବେ ସବୁ ଦିଗରୁ ଅସୁବିଧାରେ ପଡିଯାଇଛି । ବାସ୍ତବରେ ପାକିସ୍ତାନ ଅଧିକୃତ କାଶ୍ମୀରର ଗିଲଗିଟ-ବାଲ୍ଟିସ୍ତାନ ପୁଣି ଥରେ ପାକିସ୍ତାନ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ବାସ୍ତବରେ ଏଠାକାର ଲୋକମାନେ ପାକିସ୍ତାନ ସରକାରଙ୍କ ଭେଦଭାବ ଓ ଅତ୍ୟାଚାର ନୀତିକୁ ନେଇ ଅତ୍ୟନ୍ତ କ୍ରୋଧିତ ଅଛନ୍ତି । ଏଠାକାର ଶତାଧିକ ଲୋକ ଭାରତର ଲଦାଖରେ ସେମାନଙ୍କୁ ମିଶାଇଦେବାକୁ ଦାବି କରିଛନ୍ତି । ଗିଲଗିଟ ବାଲ୍ଟିସ୍ତାନର ଲୋକଙ୍କ ଅସନ୍ତୋଷ ସୋସିଆଲ ମିଡିଆରେ ଏବେ ଦେଖିବାକୁ ମିଳୁଛି । ଏକ ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ ଗିଲଗିଟବାଲ୍ଟିସ୍ତାନରେ ଏକ ରାଲି ଚାଲିଛି, ଯେଉଁଠାରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଅଛନ୍ତି । ଏହି ରାଲିରେ କାର୍ଗିଲ ରାସ୍ତା ଖୋଲିବାକୁ ଏବଂ ଭାରତର କେନ୍ଦ୍ରଶାସିତ ଅଂଚଳ ଲଦାଖର କାର୍ଗିଲ ଜିଲ୍ଲାରେ ବାଲଟିସ୍ତାନକୁ ମିଶାଇ ଦେବାକୁ ଦାବି କରୁଛନ୍ତି । ପାକିସ୍ତାନ ସରକାରଙ୍କ ବିରୋଧରେ ଗତ ୧୨ଦିନ ଧରି ଏଠାରେ ବିରୋଧ ପ୍ରଦର୍ଶନ ଚାଲିଛି । ଗିଲଗିଟ ବାଲ୍ଟିସ୍ତାନର ଲୋକମାନେ ଗହମ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଉପରେ ସବସିଡି ଲାଗୁ, ବେଆଇନ ଜମି ଅଧିଗ୍ରହଣ ଏବଂ ପ୍ରାକୃତିକ ସମ୍ପଦର ଶୋଷଣ ଭଳି ଅନେକ ପ୍ରସଙ୍ଗ ଉଠାଇଛନ୍ତି । ଉଲ୍ଲେଖ ଥାଉ କି ଏହି ଅଞ୍ଚଳରେ ଦୀର୍ଘ ଦିନ ଧରି ପାକିସ୍ତାନୀ ସେନା ଏବଂ ସରକାରଙ୍କ ବିରୋଧରେ ପ୍ରତିବାଦ ଚାଲିଆସିଛି ।

Leave a Reply