Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଷ୍ଟ୍ରେଲିଆସ୍ଥିତ ହିନ୍ଦୁ ମନ୍ଦିରରେ ଭାରତ ବିରୋଧରେ ଲେଖିଛନ୍ତି ଖଲିସ୍ତାନୀ ସମର୍ଥକ: ରିପୋର୍ଟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଷ୍ଟ୍ରେଲିଆସ୍ଥିତ ହିନ୍ଦୁ ମନ୍ଦିରରେ ଭାରତ ବିରୋଧରେ ଲେଖିଛନ୍ତି ଖଲିସ୍ତାନୀ ସମର୍ଥକ: ରିପୋର୍ଟ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ମେଲ୍ବର୍ଣ୍ଣଠାରେ ଅବସ୍ଥିତ ‘ବିଏପିଏସ୍ ସ୍ୱାମୀନାରାୟଣ ମନ୍ଦିର’ ଉପରେ ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ କରି ତା’ର ପାଚେରିରେ ଭାରତ ବିରୋଧରେ ଲେଖିଥିବା କଥା ‘ଦି ଅଷ୍ଟ୍ରେଲିଆ ଟୁଡେ’ ଏକ ରିପୋର୍ଟରେ କହିଛି । ରିପୋର୍ଟରେ ଉଲ୍ଲେଖ ଅଛି: ମେଲ୍ବର୍ଣ୍ଣ ଅନ୍ତର୍ଗତ ମିଲ୍ ପାର୍କ ଉତ୍ତରାଞ୍ଚଳ ଉପନଗରୀରେ ଥିବା ପ୍ରଖ୍ୟାତ ସ୍ୱାମୀନାରାୟଣ ମନ୍ଦିର କାନ୍ଥରେ ‘ହିନ୍ଦୁସ୍ତାନ ମୁର୍ଦ୍ଦାବାଦ୍’ ବୋଲି ଲେଖାଯାଇଛି । ଏହି ଘଟଣାକୁ ନିନ୍ଦାକରି ‘ବିଏପିଏସ୍ ସ୍ୱାମୀନାରାୟଣ ମନ୍ଦିର କହିଛି, ଏମିତି ଭଙ୍ଗାରୁଜା ଓ ଘୃଣ୍ୟ କାର୍ଯ୍ୟ ଆମକୁ ଭୀଷଣ ଦୁଃଖ ଓ ଆଘାତ ଦେଇଛି । ଶାନ୍ତି ଓ ସହାବସ୍ଥାନ ନିମନ୍ତେ ପ୍ରାର୍ଥନା କରୁଛି । ସମୟକ୍ରମେ ଆମେ ଏ ଘଟଣା ସଂକ୍ରାନ୍ତରେ ପୂର୍ଣ୍ଣ ବିବରଣ ଦେବୁ । ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଖଲିସ୍ତାନ ସଙ୍ଗଠନ ଭାରତୀୟ ଆତଙ୍କବାଦୀ ଜର୍ଣ୍ଣେଲ୍ ସିଂହ ଭିନ୍ଦ୍ରାୱାଲେଙ୍କର ଭୂୟସୀ ପ୍ରଶଂସା କରିଛି । ‘ଅପରେସନ୍ ବ୍ଲୁ ଷ୍ଟାର’ ସମୟରେ ସେନାର ଗୁଳି ଚୋଟରେ ଭିନ୍ଦ୍ରାୱାଲେଙ୍କର ମୃତ୍ୟୁ ଘଟିଥିଲା । ‘ନର୍ଦନ୍ ମେଟ୍ରୋପଲିଟାନ୍ ରିଜନ୍’ର ‘ଲିବେରାଲ୍ ପାର୍ଟି’ର ସାଂସଦ ଇଭାନ୍ ମଲ୍ହଲାଣ୍ଡ୍ କହିଛନ୍ତି, ଏହି ଭଙ୍ଗାରୁଜା ଭିକ୍ଟୋରିଆର ହିନ୍ଦୁ ସମ୍ପ୍ରଦାୟଙ୍କ ପାଇଁ ଖୁବ୍ ଯନ୍ତ୍ରଣାଦାୟକ ।

Leave a Reply